Advertisment

ହୋଟେଲ୍‌ରେ ଚାଲିଥିଲା ଦେହ ବେପାର, ୩ ବଙ୍ଗୀୟ ଯୁବତୀ ଉଦ୍ଧାର

ଭଦ୍ରକ ସହର ବାଇପାସ୍‌ରେ ଥିବା ହୋଟେଲ ‘ଶାଶ୍ୱତ’ରେ ଚାଲିଥିଲା ଦେହ ବେପାର। ବିଶେଷ ସୂତ୍ରରୁ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ଅଚାନକ ଚଢଉ କରିଥିଲା। ଚଢଉ ସମୟରେ ହୋଟେଲରୁ ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା।

undefined

Sex-racket

Advertisment

ହୋଟେଲ୍‌ରେ ଚାଲିଥିଲା ଦେହ ବେପାର। କୌଣସି ସୂତ୍ରରୁ ଖବର ପାଇ ଅଚାନକ ପୁଲିସ୍‌ ଚଢଉ କରି ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଆଜି ଅପରାହ୍ନରେ ଏପରି ଘଟଣା ଭଦ୍ରକ ଟାଉନ୍‌ରେ ଦେଖିବାକୁ ମିଳିଥିଲା।

Advertisment

ଭଦ୍ରକ ସହର ବାଇପାସ୍‌ରେ ଥିବା ହୋଟେଲ ‘ଶାଶ୍ୱତ’ରେ ଚାଲିଥିଲା ଦେହ ବେପାର। ବିଶେଷ ସୂତ୍ରରୁ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ଅଚାନକ ଚଢଉ କରିଥିଲା। ଚଢଉ ସମୟରେ ହୋଟେଲରୁ ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏଥିସହ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖିଛି ପୁଲିସ୍‌। କାଗଜପତ୍ର ଯାଞ୍ଚ ପରେ ଦେହ ବ୍ୟବସାୟ ହେଉଥିବା ସ୍ପଷ୍ଟ ହୋଇଥିଲା। ଚଢ଼ଉରେ ଟାଉନ୍‌ ଥାନା ପୁଲିସର ଟିମ୍‌ ସହ ସିଟି ଡିଏସ୍‌ପି, କ୍ରାଇମ୍‌ ଡିଏସ୍‌ପି ହୋଟେଲରେ ସାମିଲ୍ ଥିଲେ। ପୁଲିସ ହୋଟେଲ ମାଲିକଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି।

ଅଭିଯୋଗରୁ ପ୍ରକାଶ, ଦୀର୍ଘଦିନ ଧରି ସେହି ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଆଜି ଦେହ ବେପାର ହେଉଥିବା ଜାଣି ପୁଲିସ୍‌ ଚଢଉ କରି ଦୁଇ ଗ୍ରାହକଙ୍କୁ ଅଟକ ରଖିବା ବେଳେ ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା।

Advertisment

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe