Advertisment

ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍‌; ୪ ଯୁବତୀ ଉଦ୍ଧାର

ଖଣ୍ଡଗିରିରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ। ନୟାଗଡ଼ ଅଞ୍ଚଳର ଜଣେ ମହିଳା ଘର ଭଡ଼ା ନେଇ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ।

Sex

Sex

Advertisment

ବାଂଲାଦେଶୀ ନାବାଳିକାଙ୍କୁ ନେଇ କଟକ-ଭୁବନେଶ୍ୱରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ଖଣ୍ଡଗିରିରେ ଠାବ ହୋଇଛି ସେକ୍ସ ରାକେଟ୍‌। ଦୀର୍ଘ ଦିନ ଧରି ସେଠାରେ ସେକ୍ସ ରାକେଟ୍‌ ଚାଲିଥିବା ଅଭିଯୋଗ ହୋଇଛି। ନୟାଗଡ଼ର ରାଣୀ ମହୁମାଛି ଯୁବତୀମାନଙ୍କୁ ଦେହ ବେପାର କାର୍ଯ୍ୟରେ ନିୟୋଜିତ କରିଥିବା ଚର୍ଚ୍ଚା ହେଉଛି। କମିସନରେଟ୍‌ ପୁଲିସ୍‌ ୪ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ରାଣୀ ମହୁମାଛି ଚମ୍ପଟ ମାରିଛି।

Advertisment

ଖଣ୍ଡଗିରିରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ। ନୟାଗଡ଼ ଅଞ୍ଚଳର ଜଣେ ମହିଳା ଘର ଭଡ଼ା ନେଇ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ। ବହୁ ନାମୀଦାମୀ ଲୋକେ ଦେହର ଶୁଖ ନେବା ପାଇଁ ପ୍ରତି ସନ୍ଧ୍ୟାରେ ସେଠାରେ ଭିଡ଼ ଜମାଉଥିବା ଅଭିଯୋଗ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇଁ ଆଜି କମିସନରେଟ୍‌ ପୁଲିସ୍‌ ସେହି ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘର ଭିତରେ ୪ ଯୁବତୀ ଥିବା ଦେଖିବାକୁ ପାଇଥିଲା।

ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିବା ସହିତ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଉଦ୍ଧାର ହୋଇଥିବା ଯୁବତୀମାନେ ଓଡ଼ିଶାର। ତେବେ ରାଣୀ ମହୁମାଛି ଚମ୍ପଟ ମାରିଛି। ତାଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୁଲିସ୍‌ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏଥିରେ ବାଂଲାଦେଶୀ ନାବାଳିକା ସେକ୍ସ ରାକେଟ୍‌ ସହିତ କୌଣସି ସମ୍ପର୍କ ନାହିଁ ବୋଲି ପୁଲିସ୍‌ କହୁଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, କଟକରୁ ବାଂଲାଦେଶୀ ନାବାଳିକା ସେକ୍ସ ରାକେଟ୍‌ ଠାବ ହେଲା ପରଠାରୁ କମିସନ୍‌ରେଟ୍‌ ପୁଲିସ୍‌ ତତ୍ପର ହୋଇଛି। ସେକ୍ସ ରାକେଟ୍‌ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଦ୍ୱୈତ ନଗରୀରେ ଘନଘନ ଚଢ଼ଉ କରିଛି। ଏଥିସହ ଆଗକୁ ଭୁବନେଶ୍ୱରରେ ବହୁ ବଡ଼ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାର ରହିଛି। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଛି କମିସନରେଟ୍‌ ପୁଲିସ୍‌। ଏହା ପରେ ମଧ୍ୟ ଖଣ୍ଡଗିରି ପରି ହାଇପ୍ରୋଫାଇଲ ଅଞ୍ଚଳରେ ସେକ୍ସ ରାକେଟ୍‌ ଚାଲିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Sex Racket Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe