Advertisment

ଦଲାଲଙ୍କ ଜରିଆରେ ଘୂରି ବୁଲୁଛି ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ

କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ!

author-image
Jitendra Garnayak

ରାଜଧାନୀ ଭୁବନେଶ୍ୱର ସହ ଲିଙ୍କ୍ ଥାଇ କଟକରୁ ସନ୍ଦିଗ୍ଧ ବାଲାଂଦେଶୀ ନାବାଳିକା ଉଦ୍ଧାର ପରେ ଖୋଲିବାରେ ଲାଗିଛି ସ୍ମାର୍ଟ ସିଟିରେ ଚାଲିଥିବା ବାଂଲାଦେଶୀ ସେକ୍ସ ରାକେଟର ଗୁମର। ଏଠି ବି ବହୁ ବାଂଲାଦେଶୀ ଯୁବତୀ ସେକ୍ସ ୱାର୍କର ଭାବେ ସକ୍ରିୟ ଥିବା କୁହାଯାଉଛି। ଯାହାର ପ୍ରମାଣ ଦେଉଛି ଦଲାଲଙ୍କ ଜରିଆରେ ଘୂରି ବୁଲୁଥିବା ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ। କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ। କିଛି ହୋଟେଲ, ଆପାର୍ଟମେଣ୍ଟ, ପାର୍ଲରରେ ଏମାନଙ୍କୁ ରଖି ଲୁଚାଚୋରାରେ ରାକେଟ୍ ଚଳାଉଛନ୍ତି ଦଲାଲ ଓ ଅସାଧୁ ବ୍ୟକ୍ତି।

Advertisment
Sex Racket