Advertisment

ରାଜଧାନୀରେ ଚାଲୁଥିଲା ଦେହ ବେପାର: ଡିଲ୍‌ ବେଳେ ଧରାପଡ଼ିଲେ

ଯୁବତୀମାନେ ମସାଜ ପାର୍ଲରରେ ପହଞ୍ଚିବା ପରେ ଅପରାହ୍ନରେ କମିଶନରେଟ୍‌ ପୁଲିସ୍‌ ଚଢ଼ଉ କରିଥିଲା। ସେଠାରୁ ୪ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଯୁବକ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍‌।

Sex Racket

Sex Racket

Advertisment

ମସାଜ ପାର୍ଲରରେ ଚାଲୁଥିଲା ଦେହ ବେପାର। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏପରି ଅଭିଯୋଗ। ଦେହ ବେପାର ପାଇଁ ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଛି କମିଶନରେଟ୍‌ ପୁଲିସ୍‌। ୪ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଗ୍ରାହକଙ୍କୁ ପୁଲିସ୍‌ ଅଟକ ରଖିଛି। ହେଲେ ଚମ୍ପଟ ମାରିଛି ସେକ୍ସ ରାକେଟ୍‌ ଚଳାଉଥିବା ଦଲାଲ୍‌।

Advertisment

ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳରେ ଥିବା ଏକ ମସାଜ ପାର୍ଲରରେ ଦୀର୍ଘ ଦିନ ଦରି ଚାଲିଥିଲା ସେକ୍ସ ରାକେଟ୍‌। ମସାଜ ନାଁରେ ସେଠାରେ ଦେହ ବେପାର ଚାଲୁଥିଲା। ହେଲେ ପ୍ରମାଣ ଅଭାବରୁ କମିଶନରେଟ୍‌ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଆଜି କମିଶନରେଟ୍‌ ପୁଲିସ୍‌ର ଜଣେ କର୍ମଚାରୀ ଗ୍ରାହକ ହୋଇ ସେହି ମସାଜ ପାର୍ଲରକୁ ଯାଇଥିଲେ। ଡିଲ୍‌ ପରେ ରେଟ୍‌ ଛିଡ଼ିଥିଲା। ତା’ପରେ ଦେହ ବେପାରରେ ନିୟୋଜିତ ପାଇଁ ଯୁବତୀଙ୍କୁ ଡ଼କାଯାଇଥିଲା।

ଯୁବତୀମାନେ ମସାଜ ପାର୍ଲରରେ ପହଞ୍ଚିବା ପରେ ଅପରାହ୍ନରେ କମିଶନରେଟ୍‌ ପୁଲିସ୍‌ ଚଢ଼ଉ କରିଥିଲା। ସେଠାରୁ ୪ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଯୁବକ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍‌। ତେବେ ଚଢ଼ଉ ପୂର୍ବରୁ ସେକ୍ସ ରାକେଟ୍‌ ଚଳାଉଥିବା ଯୁବକ ଫେରାର ହୋଇଯାଇଥିଲା।

Advertisment

ମସାଜ ନାଁରେ ସେଠାରେ କେତେଦିନ ଧରି ଦେହ ବେପାର ଚାଲୁଥିଲା, ତାହା ଜଣାପଡ଼ିନାହିଁ। କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ। ସେପଟେ ଉଦ୍ଧାର ହୋଇଥିବା ଯୁବତୀମାନେ ଓଡ଼ିଆ ନା ବେଙ୍ଗଲୀ ବ୍ୟୁଟି, ତାହା ମଧ୍ୟ ଜଣାପଡ଼ି ନାହିଁ।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe