Advertisment

କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହ ବେପାର...

କଲେଜରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଖବର ପାଇ ରବିବାର ରାତିରେ ପାଟଣାଗଡ଼ ଥାନା ପୁଲିସ୍‌ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ।

Sex Racket

Sex Racket

Advertisment

କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...। ଆଉ ଦେହ ବେପାର କାର୍ଯ୍ୟରେ ନିୟୋଜିତ ଥିଲେ କଲେଜର ରାତ୍ର ଜଗୁଆଳୀ। ଏମିତି ଏକ ବିଚିତ୍ର କଲେଜ ଚାଲିଥିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଚମ୍ପଟ ମାରିଛନ୍ତି।

Advertisment

ବଲାଙ୍ଗିର ପାଟଣାଗଡ଼ ଥାନା ଅଞ୍ଚଳରେ ରହିଛି ଏକ କଲେଜ। ସେହି ଶିକ୍ଷାର ମନ୍ଦିରରେ ଦିନ ବେଳା ବିଦ୍ୟାଦାତ୍ରୀଙ୍କୁ ଆରାଧନା କରୁଛନ୍ତି ଛାତ୍ରଛାତ୍ରୀ। ହେଲେ ରାତିରେ ସେଠାରେ କାମସୂତ୍ରର ପାଠ ପଢ଼ାଉଛନ୍ତି ରାତ୍ର ଜଗୁଆଳୀ। ସଞ୍ଜ ନଇଁଲେ ସ୍କୁଲରେ ଜମୁଥିଲା ଭିଡ଼। ରାତି ଯେତେ ବଢ଼ୁଥିଲା, ସ୍କୁଲର ପରିବେଶ ସେତେ ଉଷ୍ମ ହେଉଥିଲା। ଚାଲୁଥିଲା ସେକ୍ସକାରବାର। ପର୍ଥ ବିନିମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିଲେ ସୁନ୍ଦର ସୁନ୍ଦର ଯୁବତୀ। ରାତି ସାରା ଏମିତି ଚାଲୁଥିବା ଅଭିଯୋଗ ହେଉଛି। ରାତ୍ର ଜଗୁଆଳୀଙ୍କ ଉପସ୍ଥିତିରେ ଏ ସବୁ କାରବାର ହେଉଥିବା ଅଭିଯୋଗ ହୋଇଛି।

କଲେଜରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଖବର ପାଇ ରବିବାର ରାତିରେ ପାଟଣାଗଡ଼ ଥାନା ପୁଲିସ୍‌ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ। ଏହି ମାମଲାରେ ପୁଲିସ୍‌ କଲେଜର ରାତ୍ର ଜଗୁଆଳୀ ଓ ବଲାଙ୍ଗିର ଅଞ୍ଚଳର ଜଣେ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହ କଲେଜ କୋଠରୀରୁ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ୍‌ ଜବତ କରିଛି।

Advertisment

ତେବେ କେତେଦିନ ଧରି କଲେଜରେ ସେକ୍ସ କାରବାର ଚଳିଥିଲା, ତାହା ଜଣାପଡ଼ି ନାହିଁ। ଏଥିସହ ଜବତ ହୋଇଥିବା ବାଇକ୍‌ କାହାର ତାହା ମଧ୍ୟ ଜଣାପଡ଼ି ନାହିଁ। ଏପରିକି ସେମାନଙ୍କ ନାଁ ସାର୍ବଜନୀନ କରୁନି ପୁଲିସ୍‌। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ

Odisha Education Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe