Advertisment

ଢେଙ୍କାନାଳରେ ସେକ୍ସ ରାକେଟ ଠାବ: ଜଣେ ଗିରଫ, ୨ ଯୁବତୀ ଉଦ୍ଧାର

ସେକ୍ସ ରାକେଟ ଚଲାଇବା ଅଭିଯୋଗରେ ଦୁଇ ବର୍ଷ ତଳେ ବି ସେ ଗିରଫ ହୋଇଥିଲେ।

ଅଦ୍ୟତନ ହୋଇଛି
Police Station

Police Station

Advertisment

ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ ସକ୍ରିୟ ଥିବା ବେଳେ ଶନିବାର ରାତିରେ ଟାଉନ ଥାନା ପୁଲିସ ସେଠାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଯୁବତୀ ଦ୍ୱୟ ବାଲେଶ୍ଵର ଅଞ୍ଚଳର।

Advertisment

ଗତକାଲି ପୁଲିସର ଚଢ଼ାଉ ବେଳେ ସେଠାରେ ଥିବା ଗ୍ରାହକ ଖସି ପଳାଇଥିଲେ ବୋଲି ଜଣାପଡ଼ିଛି। ପୁଲିସ୍ ଗୋଟିଏ କାର ଜବତ କରିଛି।

ଗିରଫ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଅଞ୍ଚଳର। ସେକ୍ସ ରାକେଟ ଚଲାଇବା ଅଭିଯୋଗରେ ଦୁଇ ବର୍ଷ ତଳେ ବି ସେ ଗିରଫ ହୋଇଥିଲେ। ତାଙ୍କ ପତ୍ନୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା। ତେବେ ଜେଲ୍‌ରୁ ବାହାରିବା ପରେ ପୁଣି ସେମାନେ ସେକ୍ସ ରାକେଟକୁ ସକ୍ରିୟ କରି ଦେଇଥିଲେ।

Advertisment

ଏହି ସେକ୍ସ ରାକେଟରେ ଆଉ କୌଣସି ଲୋକଙ୍କର ସଂପୃକ୍ତି ରହିଛି ନା ନାହିଁ, ସେ ନେଇ ପୁଲିସ ଖୋଳତାଡ଼ କରୁଛି। 

Police Dhenkanal Sex Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe