ସଙ୍ଗୀନ ଅଭିଯୋଗ ଆଣିଲେ ଡ୍ୟାନ୍ସର; ଗୁରୁ କହିଲେ- ମାନହାନୀ ମୋକଦ୍ଦମା କରିବି

ଅଭିଯୋଗ ଅନୁସାରେ କାର୍ଯ୍ୟକ୍ରମ ସରିବା ପରେ ସବୁ ଡ୍ୟାନ୍ସର ହୋଟେଲ୍‌ରେ ନିଜ ନିଜ ରୁମ୍‌କୁ ଯାଇଥିଲେ। ଜାମିନୀ ଓ ତାଙ୍କର ସାଥୀ ମଧ୍ୟ ରୁମ୍‌କୁ ଯାଇଥିଲେ। ଠିକ୍‌ ସେତିକି ବେଳେ ନୃତ୍ୟ ଶିକ୍ଷକ ବିଅର ପିଇ ନିଶାରେ ଜାମିନୀଙ୍କ ରୁମ୍‌କୁ ଆସିଥିଲେ।

Dancer

Representative Image

Manoranjan Sial
  • Published: Sunday, 27 October 2024
  • Updated: 27 October 2024, 04:39 PM IST

Sports

Latest News

ନୃତ୍ୟ ଗୁରୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ନୃତ୍ୟଶିଳ୍ପୀ। ଯୌନ ନିର୍ଯାତନା ନେଇ ସୋଶାଲ ମିଡ଼ିଆରେ ଲମ୍ୱା ଲମ୍ୱା ପୋଷ୍ଟ କରିଛନ୍ତି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହାର ଜବାବରେ ନୃତ୍ୟ ଗୁରୁ କହିଛନ୍ତି, ଅଭିଯୋଗ ଭିତ୍ତିହୀନ। ଆବଶ୍ୟକ ପଡ଼ିଲେ ମାନହାନୀ ମୋକଦ୍ଦମା କରିବି। ଏପରି ଅଭିଯୋଗ ସମ୍ୱଲପୁର ଟାଉନ୍‌ରୁ ଆସିଛି। ହେଲେ ପୀଡ଼ିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି।

ସମ୍ବଲପୁର ଟାଉନ୍‌ରେ ରହିଛି ଏକ ବହୁ ପୁରାତନ ସାଂସ୍କୃତିକ ନୃତ୍ୟ ଅନୁଷ୍ଠାନ। ଏହିଠାରେ ପୀଡ଼ିତା ଜାମିନୀ(ଛଦ୍ମନାମ) ଦୀର୍ଘ ୭ ବର୍ଷ ଧରି ଡ୍ୟାନ୍ସର ଭାବେ କାମ କରି ଆସୁଥିଲେ। ଅନୁଷ୍ଠାନ ସହିତ ତାଙ୍କର ଭଲ ସମ୍ପର୍କ ରହିଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ବାଙ୍ଗାଲୁରୁରେ ନୂଆଖାଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନୃତ୍ୟ ପ୍ରଶିକ୍ଷକଙ୍କ ନେତୃତ୍ୱରେ ୧୬ ଜଣିଆ ନୃତ୍ୟ ଶିଳ୍ପୀ ବାଙ୍ଗାଲୁରୁ ଯାଇଥିଲେ। ସେପ୍ଟେମ୍ୱର ୨୨ ତାରିଖରେ ଡ୍ୟାନ୍ସ କାର୍ଯ୍ୟକ୍ରମ ହୋଇଥିଲା।

Also Read

ଅଭିଯୋଗ ଅନୁସାରେ କାର୍ଯ୍ୟକ୍ରମ ସରିବା ପରେ ସବୁ ଡ୍ୟାନ୍ସର ହୋଟେଲ୍‌ରେ ନିଜ ନିଜ ରୁମ୍‌କୁ ଯାଇଥିଲେ। ଜାମିନୀ ଓ ତାଙ୍କର ସାଥୀ ମଧ୍ୟ ରୁମ୍‌କୁ ଯାଇଥିଲେ। ଠିକ୍‌ ସେତିକି ବେଳେ ନୃତ୍ୟ ଶିକ୍ଷକ ବିଅର ପିଇ ନିଶାରେ ଜାମିନୀଙ୍କ ରୁମ୍‌କୁ ଆସିଥିଲେ। ଆଉ ତାଙ୍କ ସାଥୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ହେଲେ ଜାମିନୀ ପ୍ରତିବାଦ କରିଥିଲେ। ଯେଉଁଥିପାଇଁ ନୃତ୍ୟ ଗୁରୁ ଫେରି ଯାଇଥିଲେ।

ଲୋକ ଲଜ୍ଜା ଯୋଗୁ ଜାମିନୀ ଏ ସମ୍ପର୍କରେ କାହାକୁ କହିନଥିଲେ। ସମ୍ୱଲପୁର ଆସିଥିଲା ପରେ ମଧ୍ୟ ଚୁପ୍‌ ରହିଥିଲେ। ଯେଉଁ ଗୁରୁଙ୍କୁ ସେ ଏତେ ଭଲ ପାଉଥିଲେ, ସିଏ ଏମିତି କାର୍ଯ୍ୟ କରିବେ ବୋଲି କେବେ ଭାବିନଥିଲେ ବୋଲି ଜାମିନୀ ଲେଖିଛନ୍ତି। ଏହାଛଡ଼ା ଆହୁରି ଅନେକ ଅକୁହା କଥା ସୋଶାଲ୍‌ ମିଡିଆରେ ଲେଖିଛନ୍ତି ଜାମିନୀ। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

ପୀଡ଼ିତାଙ୍କ ଅଭିଯୋଗ ନେଇ ଅଭିଯୁକ୍ତ ନୃତ୍ୟ ଗୁରୁ ମୁହଁ ଖୋଲିଛନ୍ତି। ସେ ଅଭିଯୋଗକୁ ଅସ୍ଵୀକାର କରିଛନ୍ତି। ଆଉ କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ପାଖରେ ସମସ୍ତ ପ୍ରମାଣ ଅଛି। ଆବଶ୍ୟକ ପଡିଲେ ମାନହାନୀ ମୋକଦ୍ଦମା କରିବେ ବୋଲି ନୃତ୍ୟୁ ଗୁରୁ କହିଛନ୍ତି। ଘଟଣାର ମାସେ ପରେ ସଂପୃକ୍ତ ନୃତ୍ୟ ଶିଳ୍ପୀ କାହିଁକି ଅଭିଯୋଗ ଆଣିଲେ ବୋଲି ନୃତ୍ୟୁ ଗୁରୁ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story