School
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ଗମାରଢ଼ୀରେ ଥିବା ଏକ ମିଶନ ବିଦ୍ୟାଳୟର ଛାତ୍ରାବାସରେ ୭ ଜଣ ଛାତ୍ରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିଜେ ଫାଦର ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ଜେନା କହିଛନ୍ତି, ଛାତ୍ରମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଘଟଣାଟି ସତ ବୋଲି ଜଣାପଡ଼ିଥିଲା। ତା’ପରେ ମାମଲା ରୁଜୁ ହୋଇଥିଲା। ମୋଟ ୭ ଜଣ ପିଲାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ସେମାନଙ୍କ ଷ୍ଟେଟ୍ମେଣ୍ଟ ମଧ୍ୟ ରେକର୍ଡ କରାଯାଇଛି।
ରାଜଗାଙ୍ଗପୁର ଏସ୍ଡିପି ଅଭିଷେକ ପାଣିଗ୍ରାହୀ କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ଘଟଣା। ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/School_1704715828.jpg)