Advertisment

ଥାଳିରେ ଥୁଆ ହୋଇଛି ଦୁଇ ନବଜାତ ଶିଶୁଙ୍କ ମୃତଦେହ

ଉତ୍ତରପ୍ରଦେଶର ଶାମଲି ଥାନା ଅଞ୍ଚଳର ଜଲାଲାବାଦ ଗାଁ। ଆଜି ସେହି ଗାଁ ପାର୍ଶ୍ୱରେ ଗୋଟିଏ ଥାଳିରେ ଦୁଇ ନବଜାତ ଶିଶୁଙ୍କ ମୃତଦେହ ଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ଥାନା ପୁଲିସ୍‌ ଶିଶୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

ଅଦ୍ୟତନ ହୋଇଛି
Child

Child

Advertisment

ଗୋଟିଏ ଥାଳିରେ ଥୁଆ ହୋଇଛି ଦୁଇଟି ନବଜାତ ଶିଶୁଙ୍କ ମୃତଦେହ। ଏପରି ବୀଭତ୍ସ ଚିତ୍ର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ହେଲେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ଏନେଇ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ଉତ୍ତରପ୍ରଦେଶର ଶାମଲି ଥାନା ଅଞ୍ଚଳର ଜଲାଲାବାଦ ଗାଁ। ଆଜି ସେହି ଗାଁ ପାର୍ଶ୍ୱରେ ଗୋଟିଏ ଥାଳିରେ ଦୁଇ ନବଜାତ ଶିଶୁଙ୍କ ମୃତଦେହ ଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ଥାନା ପୁଲିସ୍‌ ଶିଶୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

ପୁଲିସ୍‌ର କହିବା ଅନୁସାରେ ନବଜାତ ଶିଶୁ ଦ୍ୱୟଙ୍କ ମୃତଦେହ ମିଳିଛି। ଉଭୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ତେବେ ବ୍ୟଚ୍ଛେଦ ରିପୋର୍ଟ ଆସିଲେ ସବୁକିଛି ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି। ମାମଲାର ତଦନ୍ତ ଜାରୀ ରହିଛି। ଏଥିରେ ଯେଉଁମାନଙ୍କ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି।

Advertisment
Uttar Pradesh Crime Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe