Advertisment

ଆଉ ଜଣେ ଲୁଟେରୀ ଦୁଲହନ: ୮ ଜଣଙ୍କୁ ବାହା ହୋଇଥିଲେ, ୯ମ ଶିକାର ବେଳେ ଧରା ପଡ଼ିଲେ

ଜଣେ କି ଦୁଇ ଜଣେ ନୁହେଁ, ଲୁଟେରୀ ଦୁଲହନ ଜଣଙ୍କ ୮ ଜଣ ପୁରୁଷଙ୍କ ଚୂନ ଲଗାଇଛନ୍ତି। ଜଣଙ୍କ ପରେ ଜଣଙ୍କୁ ସେ ନିଜ ଜାଲରେ ଫସାଇ ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା।

author-image
Hemant Lenka
Fatima

Fatima

ପୁଣି ଜଣେ ଲୁଟେରୀ ଦୁଲହନ ବା ଲୁଟେରୀ କନ୍ୟାଙ୍କ ସାଂଘାତିକ ଖେଳ ସାମ୍ନାକୁ ଆସିଛି। ପୁଲିସ୍‌ ପଞ୍ଝାରେ ଜଣେ ଏମିତି ମହିଳା ପଡ଼ିଛନ୍ତି ଯିଏ ଲୁଟେରୀ ଦୁଲହନ ବା ଲୁଟେରୀ କନ୍ୟା ଭାବେ ପରିଚିତ। ମହିଳା ଜଣଙ୍କ ଧନୀ ଲୋକଙ୍କୁ ଟାର୍ଗେଟ କରି ପ୍ରଥମେ ସେମାନଙ୍କ ନିକଟର ହେଉଥିଲେ ଓ ଏହାପରେ କୌଶଳକ୍ରମେ ସେମାନଙ୍କୁ ବିବାହ କରୁଥିଲେ। ଶେଷରେ ସେମାନଙ୍କୁ ଚୂନ ଲଗାଇ ଟଙ୍କା ଓ ସୁନା ଅଳଙ୍କାର ଧରି ଫେରାର ହୋଇ ଯାଉଥିଲେ।

Advertisment

ଜଣେ କି ଦୁଇ ଜଣେ ନୁହେଁ, ଲୁଟେରୀ ଦୁଲହନ ଜଣଙ୍କ ୮ ଜଣ ପୁରୁଷଙ୍କ ଚୂନ ଲଗାଇଛନ୍ତି। ଜଣଙ୍କ ପରେ ଜଣଙ୍କୁ ସେ ନିଜ ଜାଲରେ ଫସାଇ ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା। ମହାରାଷ୍ଟ୍ରର ନାଗପୁରରୁ ଏପରି ଘଟଣେ ସାମ୍ନାକୁ ଆସିଛି। ଅଭିଯୁକ୍ତ ମହିଳା ଜଣଙ୍କ ହେଲେ ସମୀରା ଫାତିମା। ସେ ନିଜର ୯ମ ଶିକାର ଅନ୍ୱେଷଣରେ ଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ସେ ୯ମ ପୀଡ଼ିତଙ୍କ ନିକଟତର ହେଉଥିବା ବେଳେ ପୁଲିସ୍‌ ତାଙ୍କୁ ଧରିବାକୁ ସକ୍ଷମ ହୋଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ମହିଳା ଜଣଙ୍କ ତାଙ୍କ ସ୍ୱାମୀମାନଙ୍କୁ ବିଭିନ୍ନ ଉପାୟରେ ବ୍ଲାକମେଲିଂ କରୁଥିଲେ। ବ୍ଲାକମେଲିଂ କରି ସେମାନଙ୍କ ଠାରୁ ଟଙ୍କା ଲୁଟ କରୁଥିଲେ। ପୁଲିସ୍‌ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସମୀରା ଫାତିମା ପ୍ରକୃତରେ ଗୋଟିଏ ବଡ଼ ନେଟୱର୍କର ସଦସ୍ୟ। ଏହି ଗ୍ୟାଙ୍ଗ ପକ୍ଷରୁ ଫାତିମାଙ୍କୁ ବ୍ୟବହାର କରି ଲୁଟ କରାଯାଉଛି।

Advertisment

ସମୀରା ବେଶ ଶିକ୍ଷିତ ଓ ସେ ପେଶାରେ ଜଣେ ଶିକ୍ଷକ। ପୁଲିସ୍‌ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଗତ ୧୫ ବର୍ଷ ମଧ୍ୟରେ ସେ ଅନେକ ଲୋକଙ୍କୁ ଚୂନ ଲଗାଇଛନ୍ତି। ବିବାହ କରି ସାରିଥିବା ମୁସଲିମ ସଂପ୍ରଦାୟର ଧନୀ ପୁରୁଷମାନଙ୍କୁ ସେ ବିଶେଷ କରି ଟାର୍ଗେଟ କରୁଥିଲେ।

ସମୀରା ଫାତିମାଙ୍କ ଜଣେ ସ୍ୱାମୀ ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଫାତିମା ଜଣେ ପୀଡ଼ିତଙ୍କ ଠାରୁ ୫୦ ଲକ୍ଷ ଓ ଆଉ ଜଣଙ୍କ ଠାରୁ ୧୫ ଲକ୍ଷ ଲୁଟ କରିଛନ୍ତି। ଉଭୟ ନଗଦ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏପରି ଟଙ୍କା ନେଣଦେଣ ହୋଇଥିଲା।

ତଦନ୍ତରୁ ଆହୁରି ସ୍ପଷ୍ଟ ହୋଇଛି ଯେ ସମୀରା ଫାତିମା ମ୍ୟାଟ୍ରିମୋନିଆଲ ୱେବସାଇଟ୍ସ ଓ ଫେସବୁକ ଜରିଆରେ ନିଜର ଟାର୍ଗେଟକୁ ଚିହ୍ନଟ କରି ପ୍ରଲୋଭିତ କରୁଥିଲେ। ଫେସବୁକ କିମ୍ବା ହ୍ୱାଟସଆପ କଲ ଜରିଆରେ ସେ ନିଜର ଶିକାରମାନଙ୍କ ସହ ଯୋଗାଯୋଗ କରୁଥିଲେ। ଏହାପରେ ନିଜ ଦୁଃଖ କାହାଣୀ କହି ସେମାନଙ୍କ ନିକଟତର ହେଉଥିଲେ।

ଛାଡ଼ପତ୍ର ହୋଇ ସାରିଛି ଓ ଗୋଟିଏ ପିଲା ରହିଥିବା କଥା କହି ସେ ଇମୋସନାଲ କାର୍ଡ ଖେଳୁଥିଲେ। ଧୀରେଧୀରେ ନିଜର ଟାର୍ଗେଟର ବିଶ୍ୱାସ ଜିତି ନିକ୍କା କରୁଥିଲେ ଓ ପରେ ତାଙ୍କୁ ବ୍ଲାକମେଲ କରି ଲୁଟ କରୁଥିଲେ।

ଗୋଟିଏ ମାମଲାରେ ସେ ନିଜକୁ ଗର୍ଭବତୀ କହି ଗିରଫଦାରୀକୁ ଏଡ଼ାଇ ଯାଇଥିଲେ। କିନ୍ତୁ ଜୁଲାଇ ୨୯ରେ ନାଗପୁରର ଗୋଟିଏ ଚା’ ଦୋକାନରେ ଫାତିମା ନିଜ ୯ମ ଶିକାରଙ୍କ ସହ କଥା ହେଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି।

ପୂର୍ବରୁ ଗିରଫ ହୋଇଥିଲେ ଲୁଟେରୀ ଦୁଲହନ ସୀମା

୨୦୨୪ ମସିହା ଡିସେମ୍ବର ମାସରେ ପୁଲିସ୍‌ ପଞ୍ଝାରେ ଲୁଟେରା ଦୁଲହନ ସୀମା ପଡ଼ିଥିଲେ। ତାଙ୍କ ଘର ଉତ୍ତରାଖଣ୍ଡରେ। ପ୍ରଥମେ ସେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ୨୦୧୩ରେ ବିବାହ କରିଥିଲେ। ତେବେ କିଛି ମାସ ପରେ ସେ ବ୍ୟବସାୟୀଙ୍କ ପରିବାର ଲୋକଙ୍କ ବିରୋଧରେ ମିଛ କେସ୍‌ କରିଥିଲେ। ସେମାନଙ୍କୁ ବଦନାମ କରିବାର ଧମକ ଦେଇ ୭୫ ଲକ୍ଷ ଟଙ୍କା ମାଗିଥିଲେ।

ପରିବାର ଲୋକ ବାଧ୍ୟ ହୋଇ ୭୫ ଲକ୍ଷ ଟଙ୍କା ଦେଇ ମାମଲାର ବୁଝାମଣା କରିଥିଲେ। ୨୦୧୭ରେ ସୀମା ଗୁରୁଗ୍ରାମର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ବିବାହ କରିଥିଲା। ତାଙ୍କୁ ମଧ୍ୟ ବିବାହର କିଛି ଦିନ ପରେ ମିଛ କେସ୍‌ର ଧମକ ଦେଇଥିଲା। ପରେ ୧୦ ଲକ୍ଷ ଟଙ୍କା ନେଇ ସୀମା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଅଲଗା ହୋଇଯାଇଥିଲେ।

୨୦୨୩ରେ ସୀମା ପୁଣି ନିଜ ଖେଳ ଦେଖାଇଥିଲା। ସେ ଜୟୁରର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ସେ ବ୍ୟବସାୟୀଙ୍କ ଘରେ ଥିବା ସୁନା ଅଳଙ୍କାର ଓ ନଗଦ ୩୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଏନେଇ ପରିବାର ଲୋକ ଅଭିଯୋଗ କରିବା ପରେ ଜୟପୁର ପୁଲିସ୍‌ ସୀମାକୁ ଧରିଥିଲା।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ ସୀମା ତାଙ୍କ ଟାର୍ଗେଟକୁ ମାଟ୍ରିମୋନିଆଲ ସାଇଟରୁ ଚୟନ କରୁଥିଲା। ଛାଡ଼ପତ୍ର ହୋଇଥିବା କିମ୍ବା ପତ୍ନୀଙ୍କୁ ହରାଇଥିବା ପୁରୁଷଙ୍କୁ ସେ ଟାର୍ଗେଟ କରୁଥିଲା। ଏପରି ଭାବେ ସେ ବିଭିନ୍ନ ରାଜ୍ୟରେ ଏକାଧିକ ପୁରୁଷଙ୍କୁ ବିବାହ କରି ସେମାନଙ୍କ ଠାରୁ ୧.୨୫ କୋଟି ଟଙ୍କା ଲୁଟ କରିଥିଲେ।

Maharashtra Marriage Nagpur