Advertisment

କ୍ଷୀରରେ ପାଣି ମିଶାଉଥିଲେ ବ୍ୟବସାୟୀ, ଦେଖିଦେଲେ ଜିଲ୍ଲାପାଳ

କେହି କେବେ ଏହା ବିରୋଧରେ ପାଟି ଫିଟାଉ ନ ଥିବା ବେଳେ ଏହା ଗ୍ରହଣ କରିବାକୁ ସମସ୍ତେ ବାଧ୍ୟ ବୋଲି ଧରି ନେଇଛନ୍ତି କ୍ଷୀର ବ୍ୟବସାୟୀ।

author-image
Niharika Rout
milkman

milkman

କ୍ଷୀର ସହ ନୀରର ସମ୍ପର୍କ ଅତି ଗଭୀର। ଏହା ବର୍ଷ ବର୍ଷ ଧରି ଚାଲି ଆସିଛି। ସମସ୍ତେ ଏହା ଜାଣିଥିଲେ ବି ଏହା ଏକ ସ୍ୱାଭାବିକ କଥା ଭାବେ ଧରି ନେଇଛନ୍ତି। କେହି କେବେ ଏହା ବିରୋଧରେ ପାଟି ଫିଟାଉ ନ ଥିବା ବେଳେ ଏହା ଗ୍ରହଣ କରିବାକୁ ସମସ୍ତେ ବାଧ୍ୟ ବୋଲି ଧରି ନେଇଛନ୍ତି କ୍ଷୀର ବ୍ୟବସାୟୀ। ମାତ୍ର ଏହାକୁ ସହଜେ ଗ୍ରହଣ କରି ନ ପାରି ମଧ୍ୟପ୍ରଦେଶର ଜଣେ ଜିଲ୍ଲାପାଳ ଏହାର ଏକ ଫଟୋ ଭାଇରାଲ କରିଛନ୍ତି।

Advertisment

ଶୟୋପୁର ସହର ନିକଟରେ ଥିବା ମୋରଣ୍ଡୋଗରୀ ନଦୀ କୂଳରେ ମଙ୍ଗଳବାର ସକାଳେ ଏପରି ଘଟଣା ସାମନାକୁ ଆସିଛି। ସେଠାରେ ଏକ କ୍ଷୀର ବାଲା ନିଜ ବାଇକ୍‌ ରଖି ଏକ ପାତ୍ରରେ ନଦୀରୁ ପାଣି  ଆଣି ନିଜ ଗାଡ଼ିରେ ଥିବା ସମସ୍ତ କ୍ଷୀରରେ ମିଶାଇ ଦେଉଛି।

ଉକ୍ତ ସମୟରେ ସେହି ବାଟ ଦେଇ ମର୍ଣ୍ଣିଂ ୱାକ କରୁଥିବା ଜିଲ୍ଲାପାଳ ସଞ୍ଜୟ କୁମାର ନିଜ ମୋବାଇଲରେ ଏହାର ଫଟୋ ଓ ଭିଡିଓ କରିଥିଲେ । ଏଥିସହ ଉକ୍ତ କ୍ଷୀରବାଲା ନିକଟକୁ ଯାଇ ସେ ତାଙ୍କୁ ତାଗିଦ କରିବା ସହ ଅପମିଶ୍ରଣର କୁପ୍ରଭାବ ଲୋକଙ୍କ ଶରୀର ଉପରେ ପଡ଼ିବ ବୋଲି ବୁଝାଇଥିଲେ। ଏହାପରେ ତାହାକୁ ସେ ନିଜ ଟ୍ୱିଟରରେ ପୋଷ୍ଟ କରି ଅପମିଶ୍ରଣର ନଗ୍ନ ନମୁନା ବୋଲି ଉଲ୍ଲେଖ କରିଥିଲେ।

Advertisment

ଆଗକୁ ଏପରି ଅପମିଶ୍ରଣ ରୋକିବାକୁ ଜୋରଦାର ଚଢ଼ାଉ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ। ଗତ ୧୩ ତାରିଖରେ ମଧ୍ୟ ଜିଲ୍ଲାପାଳ ସଞ୍ଜୟ କୁମାର ମର୍ଣ୍ଣିଂ ୱାକ କରୁଥିବା ବେଳେ ରାସ୍ତାରେ ଜଣେ କ୍ଷୀରବାଲାଙ୍କୁ ଅଟକାଇ କେତେ ପାଣି ମିଶାଉଛ ବୋଲି ପଚାରିଥିଲେ। ହେଲେ ଏହା ଶୁଣି ଉକ୍ତ କ୍ଷୀରବାଲା ଘଟଣାସ୍ଥଳରୁ ଗାଡ଼ିରେ ଛୁ ହୋଇ ଯାଇଥିଲା।

Madhya Pradesh