Advertisment

ପ୍ରଦୀପଙ୍କୁ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଆଜି ଭୁବନେଶ୍ୱର ଏମ୍‌ସରୁ ଡିସ୍‌ଚାର୍ଜ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଆଣିଛନ୍ତି ସାଂଘାତିକ ଅଭିଯୋଗ।

Shiba Shankar Das

Shiba Shankar Das

Advertisment

ବ୍ରହ୍ମପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ତଥା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ମିଳିଲାନି ଜାମିନ। ଏସ୍‌ଡିଜେଏମ୍‌ଙ୍କ ପରେ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗତ ୧୪ ତାରିଖରେ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଦାସ ଓରଫ ପିଣ୍ଟୁ।

Advertisment

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱର ଏମ୍‌ସରୁ ଡିସ୍‌ଚାର୍ଜ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେ କହିଛନ୍ତି, ବିଜେଡି ସହ ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କର ରହିଛି ସଂପର୍କ। ପୂର୍ବରୁ ବିଜେପି ଟିକେଟରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ ପିଣ୍ଟୁ ଦାସ। କିନ୍ତୁ ସମ୍ଭବ ନହେବାରୁ ବିଜେଡି ସହ ସଲାସୁତୁରା କରି ସ୍ୱାଧୀନ ଭାବେ ସେ ନିର୍ବାଚନ ଲଢ଼ିଛନ୍ତି। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଓ ଆସିକା ସିଟ୍‌ରେ ବିଜେଡିର ପରାଜୟ ସମ୍ଭାବନାକୁ ଦେଖି ପୁଲିସ ଉପସ୍ଥିତିରେ ଆକ୍ରମଣ କରାଯାଇଥିଲା। ପିଣ୍ଟୁ ଦାସଙ୍କ ମୋବାଇଲ୍ ଯାଞ୍ଚ କଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ପ୍ରଦୀପ।

ପ୍ରଦୀପଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ବ୍ୟକ୍ତିଗତ କାରଣରୁ ପ୍ରଦୀପଙ୍କ ଉପରେ ଆକ୍ରମଣ ହୋଇଛି ବୋଲି କହିଛି ଦଳ। ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ଏହି ଘଟଣା ସେମାନଙ୍କ ବ୍ୟକ୍ତିଗତ ମନୋମାଳିନ୍ୟ ଯୋଗୁ ଘଟିଛି। ଚାଲି ନଜାଣି ବାଟର ଦୋଷ କହିଲା ଭଳି ସେମାନଙ୍କ ମଧ୍ୟସ୍ଥ କଳହକୁ ଆଣି ଆମ ସହିତ ଯୋଡ଼ିବା ଆଦୌ ଠିକ୍ ନୁହେଁ। 

Advertisment
2024 General Election Pradeep Panigrahi Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe