୨ ଜଣଙ୍କୁ ଗୁଳିମାଡ଼। ଗଞ୍ଜାମ ଜିଲ୍ଲା ପୋଲସରାରେ କାଜୁ ତୋଳିବା ବେଳେ ୨ ଜଣଙ୍କୁ ଗୁଳିମାଡ଼ ହୋଇଛି। ୨ ଆହତ ହେଲେ ଅବକାଶ ଜାନି ଓ ରଘୁନାଥ ଜାନି। ତାଙ୍କ ଘର କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗାଁରେ। ଗାଁ ପାଖ ଜଙ୍ଗଲରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ ଆଜି ଉଭୟ ଅବକାଶ ଜାନି ଓ ରଘୁନାଥ ଜାନି କାଜୁ ତୋଳିବା ଲାଗି ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। କାଜୁ ତୋଳିବା ବେଳେ ପଛରୁ ଉଭୟଙ୍କୁ କେହି ଜଣେ ଗୁଳି ମାଡ଼ କରିଥିଲା। ଫଳରେ ଅବକାଶ ଗୋଡ଼ରେ ୩ ରାଉଣ୍ଡ ଗୁଳି ଓ ରଘୁନାଥ ଗୋଡ଼ରେ ୩ ରାଉଣ୍ଡ ଗୁଲି ବାଜିଥିଲା।
Also Read
ଉଭୟ ରକ୍ତାକ୍ତ ଅବସ୍ତାରେ ଜଙ୍ଗଲରେ ପଡ଼ିଗଲେ। ଘରକୁ ଫୋନ୍ କରି ସୂଚନା ଦେବା ପରେ ଘର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି। ଏନେଇ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କିଟ୍ଟୀ ପାର୍ଟି କରି କୋଟି କୋଟି ଟଙ୍କାର ଠକେଇ, ମହିଳାଙ୍କୁ ବାନ୍ଧିଲା ପୁଲିସ
ସବିତାଙ୍କ ଚିକ୍କଣ କଥାରେ ଭାସି ଯାଇ ଲକ୍ଷ ଲକ୍ଷ ଟଙ୍କା ଦେଇ କାନ୍ଦୁଛନ୍ତି ୨୦ରୁ ଅଧିକ ମହିଳା।

National
ଗର୍ଲଫ୍ରେଣ୍ଡଙ୍କୁ ରୁମ୍ରେ ବନ୍ଦ କରି ଝୁଲିପଡ଼ିଲେ
ପୁଲିସ କହିଛି, ଯୁବତୀ ଜଣଙ୍କ ଏମର୍ଜେନ୍ସୀ କଲ୍ କରିଥିଲେ। ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଯୁବକ ଜଣଙ୍କୁ ଆମେ ଝୁଲନ୍ତା ଅବସ୍ଥାରେ ପାଇଥିଲୁ। ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ବନ୍ଦ କଠୋରୀରୁ ଉଦ୍ଧାର କରିଥିଲୁ।

National
ଘରେ ଖାଇବେ ବୋଲି ମା’ଙ୍କୁ ଫୋନ୍ କରି କହିଲେ ଡାକ୍ତର, କିନ୍ତୁ ସମୁଦ୍ରକୁ ଡେଇଁ ପଡ଼ିଲେ
ଡାକ୍ତରଙ୍କ ପତ୍ତା ମିଳିନଥିବା ବେଳେ ସେ ପ୍ରାୟ ମାସେ ହେଲା ମାନସିକ ଚାପରେ ରହୁଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

National
ସ୍ତ୍ରୀ ମରିବା ପର୍ଯ୍ୟନ୍ତ ତଣ୍ଟିରେ ଛିଡ଼ା ହେଲେ ସ୍ୱାମୀ
ଉଭୟ ସ୍ୱାମୀସ୍ତ୍ରୀ ବିଟେକ୍ କରି ବେଙ୍ଗାଲୁରୁରେ ଚାକିରି କରୁଥିଲେ।

Crime
ଭୂତ ଛଡ଼ାଇବା ନାଁରେ ମହିଳାଙ୍କୁ ପିଟିପିଟି ମାରିଦେଲେ, ଗୁଣିଆକୁ ଡାକିଥିଲା ପୁଅ
ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ପୁଅ, ଗୁଣିଗାରେଡି କରି ଭୂତ ଛଡ଼ାଉଥିବାର ଦାବି କରୁଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି।