Advertisment

ରାଜଧାନୀରେ ଶୁଟ ଆଉଟ, ଧରାପଡ଼ିଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୨ ସଦସ୍ୟ

ବିଷ୍ଣୋଇ ଗ୍ୟାଙ୍ଗର ୨୩ ବର୍ଷୀୟ ଅନିଶ ଓ ୧୫ ବର୍ଷୀୟ ରାଜୁ(ଛଦ୍ମନାମ)କୁ ପୁଲିସ୍‌ ଶୁଟଆଉଟ ପରେ ବସନ୍ତକୁଞ୍ଜର ପକେଟ ୯ ନିକଟରେ କାବୁ କରିବାକୁ ସକ୍ଷମ ହୋଇଛି।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ପୁଲିସ୍‌ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଦକ୍ଷିଣ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ହୋଇଥିବା କିଛି ସମୟର ଶୁଟ ଆଉଟ ପରେ ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଧରିବାକୁ ସକ୍ଷମ ହୋଇଛି। ଧରା ପଡ଼ିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକ।

Advertisment

ବିଷ୍ଣୋଇ ଗ୍ୟାଙ୍ଗର ୨୩ ବର୍ଷୀୟ ଅନିଶ ଓ ୧୫ ବର୍ଷୀୟ ରାଜୁ(ଛଦ୍ମନାମ)କୁ ପୁଲିସ୍‌ ଶୁଟଆଉଟ ପରେ ବସନ୍ତକୁଞ୍ଜର ପକେଟ ୯ ନିକଟରେ କାବୁ କରିବାକୁ ସକ୍ଷମ ହୋଇଛି। ସେମାନଙ୍କୁ ଦକ୍ଷିଣ ଦିଲ୍ଲୀର ଗୋଟିଏ ପ୍ରମୁଖ ହୋଟେଲ ବାହାରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିବାକୁ କୁହାଯାଇଥିଲା। ଲୁଟପାଟ କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା।

ସେମାନଙ୍କୁ ଏପରି କରିବାକୁ ପଞ୍ଜାବ ଜେଲରେ ଥିବା ବିଷ୍ଣୋଇ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ଅମିତ ନିର୍ଦ୍ଦେଶ ଦେଇଥିଲା। ଅମିତକୁ ଏହି କାମ କରିବାକୁ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ କହିଥିଲା। ଅନମୋଲ ବିଷ୍ଣୋଇ ହେଉଛି ଲରେନ୍ସ ବିଷ୍ଣୋର ସମ୍ପର୍କୀୟ ଭାଇ। ସେ କାନାଡାରେ ଆତ୍ମଗୋପନ କରିଥିବା କୁହାଯାଉଛି। ଲରେନ୍ସ ବିଷ୍ଣୋଇ ଏବେ ଗୁଜରାଟର ସାବରମତି ଜେଲରେ ରହିଛି।

Advertisment

ତେବେ ଶୁକ୍ରବାର ରାତିରେ ଅନିଶ ଓ ରାଜୁ ଗୁଳି ମାଡ଼ କରିବାକୁ ନିର୍ଦ୍ଦେଶ ପାଇଥିବା ଦିଲ୍ଲୀ ପୁଲିସ୍‌ ଆଗୁଆ ସୂଚନା ପାଇ ଯାଇଥିଲା। ସେମାନେ ପୂର୍ବ ଯୋଜନା ମୁତାବକ ଅନିଶ ଓ ରାଜୁର ଅପେକ୍ଷା କରି ରହିଥିଲେ। ତେବେ ବିଳମ୍ବିତ ରାତିରେ ପୁଲିସ୍‌କୁ ଘଟଣା ସ୍ଥଳରେ ଦେଖି ଅନିଶ ଓ ରାଜୁ ଖସି ଯିବାକୁ ଚେଷ୍ଟା କରିଥିଲେ। ସେମାନେ ୫ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ। ପୁଲିସ ଏହାର ଜବାବରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା।

ଶେଷରେ ଅନିଶ ଓ ରାଜୁକୁ ପୁଲିସ୍‌ ପକେଟ ୯ ନିକଟରୁ ଧରିବାକୁ ସକ୍ଷମ ହୋଇଥିଲା। କିଛି ସମୟ ପାଇଁ ହୋଇଥିବା ଶୁଟଆଉଟରେ କେହି ବି ଆହତ ହୋଇ ନାହାନ୍ତି। ଗିରଫ ଦୁଇ ଜଣଙ୍କ ଠାରୁ ୨ଟି ପିସ୍ତଲ, ୪ଟି ଜୀବନ୍ତ କ୍ୟାଟ୍ରିଜ ଓ ଗୋଟିଏ ବାଇକ ଜବତ କରାଯାଇଛି।

ଅନିଶ ନାଁରେ ପୂର୍ବରୁ ୬ଟି ମାମଲା ରହିଥିଲା। ସେହିପରି ରାଜୁ ନାବାଳକ ହେଲେ ମଧ୍ୟ ତା’ ନାଁରେ ହରିଆଣାର ରୋହତକରେ ଗୋଟିଏ ସଶସ୍ତ୍ର ଡକାୟତି ମାମଲା ରହିଛି।

Delhi Punjab Shootout Lawrence Bishnoi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe