Advertisment

ଶୋଇଥିବା ଅବସ୍ଥାରେ ପାନ ଦୋକାନୀଙ୍କୁ ହତ୍ୟା

ଆଜି ସକାଳେ ଦୋକାନ ବାରଣ୍ଡାରେ ଖଟ ଉପରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିରହିଥିବା ଲୋକେ ଦେଖିବାକୁ ପାଇଥିଲେ।

author-image
Jitendra Garnayak
Murder Spot

Murder Spot

ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାରଗୁଡ଼ା ଗାଁରେ ଜଣେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ଗୋପବନ୍ଧୁ ସେଟ୍‌।

Advertisment

ଗୋପବନ୍ଧୁଙ୍କର ବାରଗୁଡ଼ା ଗାଁ ରେଳ ଫାଟକ ନିକଟରେ ଏକ ପାନ ଦୋକାନ ଥିଲା। ଗତକାଲି (ମଙ୍ଗଳବାର) ରାତିରେ ସେ ଦୋକାନ ବାରଣ୍ଡାରେ ଶୋଇଥିଲେ। ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିଲା।

ଆଜି ସକାଳେ ଦୋକାନ ବାରଣ୍ଡାରେ ଖଟ ଉପରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିରହିଥିବା ଲୋକେ ଦେଖିବାକୁ ପାଇଥିଲେ। ଖଟ ତଳେ ମଧ୍ୟ ରକ୍ତ ପଡ଼ିଥିଲା।

Advertisment

ଘଟଣା ସଂପର୍କରେ ବରପାଲି ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ମୃତ ଗୋପବନ୍ଧୁଙ୍କ ପୁଅ ଅନୀଲ ସେଟ୍‌ ଏନେଇ ବରପାଲି ଥାନାରେ ଏତଲା ଦେଇଛନ୍ତି।

ଅନୀଲ ଏତଲାରେ ଦର୍ଶାଇଛନ୍ତି ଯେ କିଛି ଦିନ ତଳେ ତାଙ୍କ ବାପାଙ୍କର ଜଣେ ପାଖ ପଡ଼ୋଶୀ ଓ ତାଙ୍କ ପରିବାର ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ଢେକଳ ଧରେଇ, କର୍ଲୋ ଧରେଇ, ଆକାଶ ଧରେଇ ଓ ବିକାଶ ଧରେଇଙ୍କ ନାଁ ସେ ଉଲ୍ଲେଖ କରିଛନ୍ତି। ଏମାନଙ୍କ ସହିତ ଗୋପବନ୍ଧୁଙ୍କର ଝଗଡ଼ା ହୋଇଥିଲା ବୋଲି ତାଙ୍କ ପୁଅ ଅନୀଲ ଏତଲାରେ ଲେଖିଛନ୍ତି।

Odisha Police Murder