Deadbody
ବୈତରଣୀ ନଦୀ ପୋଲରୁ ଡେଇଁ ପଡ଼ିଲେ ଦୋକାନୀ। ନଦୀରେ ଭାସୁଛି ତାଙ୍କ ମୃତଦେହ। ବର୍ଷର ଶେଷ ଦିନରେ ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଘଟିଛି। ମୃତକ ହେଲେ ବସନ୍ତ ପାତ୍ର ।
Advertisment
ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସନ୍ତଙ୍କର ଏକ ଦୋକାନ ରହିଛି। ଗତ ରାତି ୧୧ଟା ବେଳେ ସେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ। ତାଙ୍କ ମୃତଦେହ ବୈତରଣୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।
ବସନ୍ତ ଚମ୍ପୁଆ- ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ବସନ୍ତଙ୍କ ମୃତଦେହ ନଦୀର ଅପରପାର୍ଶ୍ୱରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଛି। ମାତ୍ର ମୃତଦେହ ଉଦ୍ଧାର ହୋଇ ନ ଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
