Advertisment

ଭୁବନେଶ୍ୱରରେ ଦୋକାନୀଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ

ସବୁ ଦିନ ଭଳି ଆଜି ଭୋର ରାତି ପ୍ରାୟ ୩ଟା ବେଳେ ନିଜ ଦୋକାନକୁ ବାହାରିଥିଲେ ଶିବାନନ୍ଦ।

Shibananda Barik

Shibananda Barik

Advertisment

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁରେ ଆଜି ଭୋରରେ ଜଣେ ଦୋକାନୀଙ୍କ ତଣ୍ଟିକାଟି ୬ ହଜାର ଟଙ୍କା ନେଇ ଯାଇଛନ୍ତି ଲୁଟେରା। ଲୁଟ୍‌ର ଶିକାର ହୋଇଥିବା ଦୋକାନୀଙ୍କ ନାଁ ଶିବାନନ୍ଦ ବାରିକ।

Advertisment

ସବୁ ଦିନ ଭଳି ଆଜି ଭୋର ରାତି ପ୍ରାୟ ୩ଟା ବେଳେ ନିଜ ଦୋକାନକୁ ବାହାରିଥିଲେ ଶିବାନନ୍ଦ। ସେ ଘରର ଗେଟ୍ ଖୋଲି ବାହାରୁଥିବା ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ହାତରେ ଥିବା ବ୍ୟାଗ୍‌କୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ସେତେବେଳେ ଶିବାନନ୍ଦ ବ୍ୟାଗକୁ ଭିଡି ଧରିଥିଲେ। ଏହା ପରେ ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଶିବାନନ୍ଦଙ୍କ ବେକ କଟି ଯାଇଥିଲା। ଏହା ପରେ ଲୁଟେରାମାନେ ତାଙ୍କଠାରୁ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ।

ପରିବାର ଲୋକେ ଶିବାନନ୍ଦଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି। ଏହି ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ। 

Advertisment
Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe