Advertisment

ରେଳ ଷ୍ଟେସନରେ ବୁଲିଲା ଖଣ୍ଡା, ଦୋକାନୀ ଆହତ

ଗତକାଲି ବିଳମ୍ବିତ ରାତିରେ ୩ ଜର ଯୁବକ ନିଶାସକ୍ତ ଅବସ୍ଥାରେ ଗୁଡୁଙ୍କ ଦୋକାନ ପାଖରେ ପହଞ୍ଚିଥିଲେ।

author-image
Hemant Lenka
attack

attack

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ବୁଲିଛି ଖଣ୍ଡା। ଷ୍ଟେସନରେ ଦୋକାନ କରିଥିବା ଜଣେ ବ୍ୟକ୍ତି ଖଣ୍ଡା ମାଡ଼ରେ ଆହତ ହୋଇଛନ୍ତି। ପ୍ରଥମେ କିଛି ଯୁବକ ଦୋକାନୀଙ୍କ ପାଖକୁ ଆସି ବାକିରେ ଜିନିଷ ଦେବାକୁ କହିଥିଲେ। ସେ ମନା କରିବାରୁ ସେମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

ଏନେଇ ଦୋକାନୀ ଟେକଚନ ପୁଞ୍ଜି(ଗୁଡୁ) କଣ୍ଟାବାଞ୍ଜି ଜିଆରପି ପୁଲିସ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି। ଗୁଡୁଙ୍କ ଘର କଣ୍ଟାବାଞ୍ଜି ଆଶ୍ରମପଡ଼ାରେ। ସେ ଷ୍ଟେସନରେ ଦୀର୍ଘ ଦିନ ହେଲା ଦୋକାନ କରି ପରିବାର ଚଳାନ୍ତି। ଗତକାଲି ବିଳମ୍ବିତ ରାତିରେ ୩ ଜର ଯୁବକ ନିଶାସକ୍ତ ଅବସ୍ଥାରେ ଗୁଡୁଙ୍କ ଦୋକାନ ପାଖରେ ପହଞ୍ଚିଥିଲେ।

ସେମାନେ ଦୋକାନରୁ କିଛି ଜିନିଷ କିଣିଥିଲେ। ଏହାପରେ ଗୁଡୁ ସେମାନଙ୍କୁ ଟଙ୍କା ମାଗିଥିଲେ। ହେଲେ ସେମାନେ ଟଙ୍କା ଦେଇ ନଥିଲେ। ଏହାକୁ ସେ ବିରୋଧ କରିବାରୁ ସେମାନେ ତାଙ୍କ ସହ ଝଗଡ଼ା କରିଥିଲେ। ଏପରି ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

Advertisment

ଖବର ପାଇ କଣ୍ଟାବାଞ୍ଜି ପୁଲିସ ଓ ଜିଆରପି ପୁଲିସ ତୁରନ୍ତୁ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପ୍ରଥମେ ସେମାନେ ଖଣ୍ଡା ଚୋଟରେ ଆହତ ଗୁଡୁଙ୍କୁ ହସ୍ପିଟାଲ ନେଇଥିଲେ। ଆଜି ସେ କଣ୍ଟାବାଞ୍ଜି ଜିଆରପି ପୁଲିସ ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ ଏବେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି।

Odisha Crime