/odisha-reporter/media/post_attachments/uploadimage/library/16_9/16_9_0/Gun_Firing_1712053816.jpg)
Gun Firing
ବ୍ୟାଙ୍କରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଡେଲିମାର୍କେଟ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ଏହି ଘଟଣା ଘଟିଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ପୁଲିସ ଏହି ଘଟଣାରେ ସୁରକ୍ଷା କର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
Advertisment
ଆଜି ସକାଳେ ରାଉରକେଲା ଆଇସିଆଇସିଆଇ ବ୍ୟାଙ୍କରୁ ଟଙ୍କା ଭ୍ୟାନରେ ରାଜଗାଙ୍ଗପୁର ଡେଲିମାର୍କେଟ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲା। ଟଙ୍କା ଭ୍ୟାନ ସହ ଜଣେ ସୁରକ୍ଷା କର୍ମୀ ଆସିଥିଲେ।
ଭ୍ୟାନଟି ବ୍ୟାଙ୍କରେ ପହଞ୍ଚିବା ପରେ ସୁରକ୍ଷାକର୍ମୀ ଜଣଙ୍କ ନିଜ ବନ୍ଧୁକରେ ଗୁଳି ଲୋଡ଼ କରୁଥିଲେ। ଏହି ସମୟରେ ହଠାତ୍ ଫାୟାରିଂ ହୋଇଥିଲା। ଗୁଳି ଫୁଟିବା ସମୟରେ ଆଖପାଖରେ କେହି ନଥିଲେ। ପୁଲିସ ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
