Advertisment

ମୁସଲିମ ଛାତ୍ରଙ୍କୁ ମାଡ଼ ଘଟଣାରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ, ରାଜ୍ୟର ବିବେକକୁ ବାଧିବା ଉଚିତ୍

ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ର ମାଡ଼ ମାରିବା ଘଟଣାରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

ଅଦ୍ୟତନ ହୋଇଛି
Viral Video Clip

Viral Video Clip

Advertisment

ଉତ୍ତର ପ୍ରଦେଶର ଏକ ବିଦ୍ୟାଳୟରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ର ମାଡ ମାରିବା ଘଟଣାକୁ ଗୁରୁତର ସହ ନେଲେ ସୁପ୍ରିମକୋର୍ଟ। ଧର୍ମ ନାମରେ ପିଲାମାନଙ୍କ ସହ ଏପରି ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ। ଯଦି ଅଭିଯୋଗ ସତ ହୋଇଥାଏ ତେବେ ଏହା ରାଜ୍ୟ ସରକାରଙ୍କ ବିବେକକୁ ବାଧିବା ଉଚିତ୍। ତୁରନ୍ତ ସରକାର ଏ ଉପରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଜି ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ଜଣେ ୭ ବର୍ଷର ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ପିଲାମାନେ ମାଡ଼ ମାରିବ ଘଟଣା ଗୁରୁତର ଏବଂ ବିବ୍ରତକର ମଧ୍ୟ। ଏପରି ଘଟଣାରେ ରାଜ୍ୟ ସରକାର ତୁରନ୍ତ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ମାମଲାରେ କେଉଁ ଧାରା ଲାଗିବା ଉଚିତ୍, ଆଇପିଏସ୍ ଅଧିକାରୀ ତା ଉପରେ ତର୍ଜମା କରନ୍ତୁ। 

ତଦନ୍ତ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ବ୍ୟତୀତ ସାକ୍ଷୀମାନଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତ ଛାତ୍ରଙ୍କ ଅନ୍ୟତ୍ର ପାଠପଢ଼ାରେ ବ୍ୟବସ୍ଥା କରନ୍ତୁ। ଏଥିସହ ଚାପୁଡ଼ା ମାରିଥିବା ପିଲା ଏବଂ ମାଡ଼ ଖାଇଥିବା ପିଲାମାନଙ୍କୁ ମାନସିକ ପରାମର୍ଶ ଦିଆଯିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୩୦ ଅକ୍ଟୋବରରେ ହେବ। 

Advertisment

ସୂଚନା ଅନୁସାରେ, ଅଗଷ୍ଟ ୨୪ରେ ଉତ୍ତର ପ୍ରଦେଶର ମୁଜାଫରପୁରରେ ଥିବା ନେହା ନାମକ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ ଜଣେ ମୁସଲିମ ସମ୍ପ୍ରଦାୟର ଛାତ୍ରକୁ ବ୍ଲାକ୍ ବୋର୍ଡକୁ ଡାକି ପାଠ ପଚାରିଥିଲେ। ସେ ପାଠ ନକହିବାରୁ ଅନ୍ୟ ଜଣେ ଛାତ୍ରଙ୍କୁ ଡାକି ତାଙ୍କୁ ମାଡ଼ ମାରିବାକୁ କହିଥିଲେ। ବାରମ୍ବାର ତାଙ୍କୁ ଶକ୍ତ ଚାପୁଡ଼ା ମାରିବାକୁ ଶିକ୍ଷୟିତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଶିକ୍ଷୟିତ୍ରୀ ନେହା ଏହି ସମୟରେ ଜାତିଗତ ଆକ୍ଷେପ ମଧ୍ୟ କରିଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳିଥିଲା। ଭିଡିଓ ଭାଇରାଲ୍ ହେବା ପରେ ଏନେଇ ସୁପ୍ରିମକୋର୍ଟର ଏକ ମାମଲା ରୁଜୁ କରାଯାଇଥିଲା, ଯାହାର ଆଜି ଶୁଣାଣି ହୋଇଛି। 

UP Viral Video UP Muslim Student Slapping Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe