Advertisment

ଛୁରୀ ଦେଖାଇ ୪ଲକ୍ଷ ଲୁଟିନେଲେ

ପେଟରେ ଛୁରୀ ଲଗାଇ ଦୁର୍ବୁର୍ତ୍ତ ଡ଼ିକିଖୋଲି ନଗଦ ୪ ଲକ୍ଷ ଟଙ୍କା ଲୁଟିନେଇ ଫେରାର ମାରିଥିବା ଅଭିଯୋଗ ହୋଇଛି

Mane

Mane

Advertisment

ଛୁରୀ ଦେଖାଇ ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ ନାଲ ନିକଟରେ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ସୂଚନା ଅନୁଯାୟୀ ପୁତୁଳାତଳେଇ ଗାଁର ଜଗବନ୍ଧୁ ଘିବେଲା ଆଜି ଚାନ୍ଦୋତରା ଷ୍ଟେଟ ବ୍ୟାଙ୍କରୁ ୪ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଠିକ ସେଇ ସମୟରେ ସିନ୍ଧେକେଲା ପୁତୁଳାତଳେଇ କେନାଲ ନିକଟରେ ବାଇକରେ ଆସି ୩ ଜଣ ଲୁଟେରା ଜଗବନ୍ଧୁ ଘିବେଲାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଗାଡିଟିକୁ ଧକ୍କାଦେବା ଫଳରେ ଚାଳକ ବାଇକରୁ ତଳକୁ ଖସିପଡ଼ିଥିଲେ। ତାପରେ ପେଟରେ ଛୁରୀ ଲଗାଇ ଦୁର୍ବୁର୍ତ୍ତ ଡ଼ିକିଖୋଲି ନଗଦ ୪ ଲକ୍ଷ ଟଙ୍କା ଲୁଟିନେଇ ଫେରାର ମାରିଥିବା ଅଭିଯୋଗ ହୋଇଛି।

ଲୁଟର ଶିକାର ହୋଇଥିବା ଜଗବନ୍ଧୁ ଘିବେଳା ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି ପୁଲିସ।

Advertisment
Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe