Loot
ଛୁରାମାଡ଼ କରି ଟଙ୍କା ସୁନା ଲୁଟିନେଲେ ଲୁଟେରା। ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଦିକଟା ଗ୍ରାମରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ବାଳକୃଷ୍ଣ ମହାକୁଡ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତିରେ ଲୁଟେରାମାନେ ବାଳକୃଷ୍ଣଙ୍କ ଘରୁ ଟଙ୍କା ସୁନା ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ବାଳକୃଷ୍ଣଙ୍କ ନିଦ ଭାଙ୍ଗି ଯାଇଥିଲା। ଚୋର ଚୋର ବୋଲି ବଡ଼ ପାଟି କରିବାରୁ ଲୁଟେରାମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ପରେ ସେଠାରୁ ଟଙ୍କାସୁନା ନେଇ ଚମ୍ପଟ ମାରିଥିଲେ।
ପରିବାର ଲୋକେ ବାଳକୃଷ୍ଣଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏନେଇ ବାଳକୃଷ୍ଣଙ୍କୁ ପରିବାର ପକ୍ଷରୁ ବାଉଁଶୁଣି ଥାନା ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Loot_1717220701.jpg)