Advertisment

ହାତ ଭାଙ୍ଗିଛି କହି କବାଟ ବାଡ଼େଇଲେ, ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର

ହାତ ଭାଙ୍ଗିଛି, ଚିକିତ୍ସା କରିଦିଅନ୍ତୁ କହି ସେମାନେ ସୁରେନ୍ଦ୍ରଙ୍କ କବାଟ ବାଡ଼େଇ ଥିଲେ। ସୁରେନ୍ଦ୍ର କବାଟ ଖୋଲିବା ମାତ୍ରେ ଦୁଇ ଦୁର୍ବୃତ୍ତ ତାଙ୍କ ମୁହଁ ଓ ହାତ ଗୋଡ଼ ବାନ୍ଧି ଘର ଠାରୁ କିଛି ଦୂରକୁ ନେଇ ଯାଇଥିଲେ।

author-image
Biswajit Samal
Loot

Loot

ରାତି ଅଧରେ କବାଟ ବାଡ଼େଇଲେ। କହିଲେ ହାତ ଭାଙ୍ଗିଛି, ଚିକିତ୍ସା କରିଦିଅ। କିନ୍ତୁ ଘରର କବାଟ ଖୋଲିବା ପରେ ଦେଖାଇଥିଲେ ଅସଲ ରୂପ। ମାରଣାସ୍ତ୍ର ଦେଖାଇ ଘରୁ ଲୁଟି ନେଇଥିଲେ ଟଙ୍କା ଓ ସୁନା ଅଳଙ୍କାର। ଏହାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କିରାସିରା (ଦହ୍ୟ) ଗାଁରେ।

Advertisment

ଏହି ଗାଁର ସୁରେନ୍ଦ୍ର ମହାନ୍ତି ହାଡ଼ଭାଙ୍ଗିଥିବା ଲୋକଙ୍କ ଚିକିତ୍ସା କରନ୍ତି। ଗତକାଲି ରାତି ପ୍ରାୟ ୧୨.୪୫ରେ ଦୁଇ ଦୁର୍ବୃତ୍ତ ତାଙ୍କ ଘରକୁ ଆସିଥିଲେ। ହାତ ଭାଙ୍ଗିଛି, ଚିକିତ୍ସା କରିଦିଅନ୍ତୁ କହି ସେମାନେ ସୁରେନ୍ଦ୍ରଙ୍କ କବାଟ ବାଡ଼େଇ ଥିଲେ। ସୁରେନ୍ଦ୍ର କବାଟ ଖୋଲିବା ମାତ୍ରେ ଦୁଇ ଦୁର୍ବୃତ୍ତ ତାଙ୍କ ମୁହଁ ଓ ହାତ ଗୋଡ଼ ବାନ୍ଧି ଘର ଠାରୁ କିଛି ଦୂରକୁ ନେଇ ଯାଇଥିଲେ। ପରେ ସେମାନେ ସୁରେନ୍ଦ୍ରଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ମମାରଣାସ୍ତ୍ର ଦେଖାଇ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିଲେ।

ଏହି ଘଟଣା ନେଇ ସୁରେନ୍ଦ୍ର ଆଜି ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ମନମୁଣ୍ଡା ପୁଲିସ ମାମଲା ରୁଜୁକରି ତଦନ୍ତ କରୁଛି।

Advertisment
Loot Lootera