Advertisment

ସହିଦ ନଗର ଥାନା ସବ୍‌-ଇନ୍ସପେକ୍‌ଟର ଗିରଫ

ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
SI Priyabrat Pradhan

SI Priyabrat Pradhan

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରର ସହିଦ ନଗର ଥାନା ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ। ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (DL)କୁ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

Advertisment

ଅଭିଯୋଗକାରୀଙ୍କୁ DL ଫେରାଇ ଦେବାକୁ ମୋଟ ୫ ହଜାର ଟଙ୍କା ମାଗିଥିଲେ ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ। ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ DL ଦେବେ ନାହିଁ ବୋଲି ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ତାଙ୍କୁ କହିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। 

ଲାଞ୍ଚ ନେଇ ସବ୍‌-ଇନ୍ସପେକ୍‌ଟର ପ୍ରିୟବ୍ରତ ପ୍ରଧାନ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସର ଅନ୍ୟାନ୍ୟ ତଦନ୍ତ ମଧ୍ୟ ଜାରି ରହିଛି।

Advertisment
Bribe Odisha Vigilance Vigilance Net Vigilance