Advertisment

ଦୁଇ ଶିଶୁଙ୍କୁ ମାଡ଼ ମାରିବା ଘଟଣାରେ ସାବତ ମା', ବାପା ଗିରଫ

ବିସ୍କୁଟ ଖାଇଦେବାରୁ ଦୁଇ ଭାଇ ଭଉଣୀଙ୍କୁ ହାତଗୋଡ଼ ବାନ୍ଧି ଅମାନୁଷିକ ମାଡ଼ ମାରିଥିଲେ ବାପା ଓ ସାବତ ମା'।

ଅଦ୍ୟତନ ହୋଇଛି
Siblings critical after being thrashed by stepmother in cuttack

Siblings critical after being thrashed by stepmother in cuttack

Advertisment

ଦୁଇ ଭାଇ ଭଉଣୀଙ୍କୁ ମାଡ଼ମାରି ନିର୍ଯାତନା ଦେବା ମହଙ୍ଗା ପଡ଼ିଲା ସାବତ ମା' ଏବଂ ବାପାଙ୍କୁ। ଆଜି ଜନ୍ମକଲା ମା’ର ଲିଖିତ ଅଭିଯୋଗ ପରେ ବାପାଙ୍କ ସମେତ ସାବତ ମା'ଙ୍କୁ ଗିରଫ କଲା ଆଠଗଡ଼ ଥାନା ପୁଲିସ।

Advertisment

ଗତ ୩୦ ତରିଖ ଦିନ ଖଣ୍ଡେ ବିସ୍କୁଟ ଖାଇଦେବାରୁ ଦୁଇ ଭାଇଭଉଣୀଙ୍କୁ ହାତଗୋଡ଼ ବାନ୍ଧି ଅମାନୁଷିକ ମାଡ଼ ମାରିଥିଲେ ବାପା ଓ ସାବତ ମା'। ଦୁଇ ଶିଶୁ ସାବତ ମା' ଏବଂ ବାପାଙ୍କ ମାଡ଼ରେ ଗୁରୁତର ହୋଇଯାଇଥିଲେ। ଏହା ପରେ ଘରୁ ଲୁଚିକି ପଳାଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇ ମେଡିକାଲରେ ଏବେ ଚିକିତ୍ସିତ ହେଉଛନ୍ତି। ଏ ସମସ୍ତ ଘଟଣା ସମ୍ପର୍କରେ ଜନ୍ମକଲା ମା' ସବୁ ଜାଣିବା ପରେ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଶିଶୁଙ୍କୁ ଦେଖିବା ପାଇଁ ମେଡିକାଲକୁ ଯାଇଥିଲେ ଜନ୍ମକଲା ମା'।

ନିଜର ଜନ୍ମିତ ଦୁଇ ଶିଶୁକୁ ମେଡିକାଲରେ ଦେଖିଲା ପରେ ମା’ର ହୃଦୟ କାନ୍ଦିଥିଲା। ଏବଂ ଦୋଷୀକୁ ତୁରନ୍ତ ଦଣ୍ଡ ଦେବାକୁ ପୁଲିସକୁ ଗୁହାରି କରିଥିଲେ ଜନ୍ମକଲା ମା'। ଏତଲା ଆଧାରରେ ବାପା ସୁନୀଲ କୁମାର ନନ୍ଦଙ୍କ ସମେତ ସାବତ ମା' ପୁଷ୍ପଲତାକୁ ଗିରଫ କରିଛି ଆଠଗଡ଼ ଥାନା ପୁଲିସ। ସେମାନଙ୍କ ବିରୁଦ୍ଧରେ ଆଇପିସିର ୩୦୭, ୨୯୪, ୩୨୩, ୩୨୫, ୫୦୬, ୩୪ ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ ହେବ ବୋଲି ସୂଚନା ଦେଲେ ଆଠଗଡ଼ ଥାନା ଅଧିକାରୀ। ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିଛନ୍ତି। 

Advertisment
Odisha Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe