ଯିଏ ଦେଖୁଛି ସେ ଆହା ପଦେ କହୁଛି । ହେବନି ବା କିପରି ? କଅଁଳ ଆଖିର ଲାଲ ଲୁହ, ପାଟିରୁ ବାହାରୁଥିବା ସେହି ଛାତିଥରା କାହାଣୀ, ମନକୁ ଆନ୍ଦୋଳିତ କରୁଥିବା ଏହି ଗୁଲୁଗୁଲିଆ ଚେହେରା, ଅନେକ କିଛି କହୁଛି । ବିସ୍କୁଟ ଦୁଇପଟ ଖାଇଦେବାରୁ ନିସ୍ତୁକ ମାଡ଼ ମାରିଲେ ସାବତ ମା' । ତେବେ ସାବତ ମା’ଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ଅସହ୍ୟ ହେବାରୁ ଦୁଇ ଭାଇଭଉଣୀ ଘରୁ ଲୁଚି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।