Advertisment

ବିସ୍କୁଟ ଦୁଇପଟ ପାଇଁ ଛାଲ ଉତାରି ଦେଲେ ସାବତ ମା’

ସାବତ ମା’ଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ଅସହ୍ୟ ହେବାରୁ ଦୁଇ ଭାଇଭଉଣୀ ଘରୁ ଲୁଚି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

author-image
Manoj Swain

ଯିଏ ଦେଖୁଛି ସେ ଆହା ପଦେ କହୁଛି । ହେବନି ବା କିପରି ? କଅଁଳ ଆଖିର ଲାଲ ଲୁହ, ପାଟିରୁ ବାହାରୁଥିବା ସେହି ଛାତିଥରା କାହାଣୀ, ମନକୁ ଆନ୍ଦୋଳିତ କରୁଥିବା ଏହି ଗୁଲୁଗୁଲିଆ ଚେହେରା, ଅନେକ କିଛି କହୁଛି । ବିସ୍କୁଟ ଦୁଇପଟ ଖାଇଦେବାରୁ ନିସ୍ତୁକ ମାଡ଼ ମାରିଲେ ସାବତ ମା' । ତେବେ ସାବତ ମା’ଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ଅସହ୍ୟ ହେବାରୁ ଦୁଇ ଭାଇଭଉଣୀ ଘରୁ ଲୁଚି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ ସେମାନଙ୍କ ସାବତ ମା’ଙ୍କୁ ଥାନାରେ ଅଟକ ରଖିଛି। ଏହି ଅମାନବୀୟ ଘଟଣାଟି କଟକ ଜିଲ୍ଲା ଆଠଗଡ଼ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି ।

Advertisment
Odisha Cuttack