Advertisment

କାର୍‌ରୁ ବାହାରିଲା ୮୮ କେଜି ରୂପା ଇଟା ଓ ନଗଦ ୫ ଲକ୍ଷ ଟଙ୍କା

କାର୍‌ରେ ଚାଲାଣ ହେଉଥିଲା ରୂପା ଇଟା। ତା’ ସହ ନଗଦ ଟଙ୍କା ବି ଭର୍ତ୍ତି ହୋଇଥିଲା। ଜିଏସ୍‌ଟି ଫାଙ୍କି କାର୍‌ଟି ଯାଉଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍‌।

Seized Silver Bricks & Hard Cash

Seized Silver Bricks & Hard Cash

Advertisment

କାର୍‌ରେ ଚାଲାଣ ହେଉଥିଲା ରୂପା ଇଟା। ତା’ ସହ ନଗଦ ଟଙ୍କା ବି ଭର୍ତ୍ତି ହୋଇଥିଲା। ଜିଏସ୍‌ଟି ଫାଙ୍କି ବ୍ରହ୍ମପୁରରୁ କୋଲକତା ଅଭିମୁଖେ କାର୍‌ଟି ବାହାରିଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍‌। ଏପରି ଏକ କାର୍‌କୁ ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ୍‌ ଅଟକ ରଖିଛି।

Advertisment

ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଆଜି ଖଲ୍ଲିକୋଟ ପୁଲିସ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଏକ କାର୍‌ ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ପହଞ୍ଚିଥିଲା। ତାହାକୁ ଯାଞ୍ଚ କରିବା ପରେ ଯାହା ବାହାରିଲା ପୁଲିସ୍‌ ଅଧିକାରୀଙ୍କ ମୁଣ୍ଡ ବୁଲାଇଦେଲା।

କାରଣ ଯାଞ୍ଚ ବେଳେ କାର୍‌ ଭିତରୁ ପୁଳା ପୁଳା ରୁପା ଇଟା ଓ ନଗଦ ଟଙ୍କା ଜବତ ହୋଇଛି। ମାପଚୁପ ପରେ ଜବତ ଇଟାର ଓଜନ ୮୮ କେଜି ଓ ନଗଦ ୫ଲକ୍ଷ ଟଙ୍କା କାର୍‌ରୁ ମିଳିଥିବା ଜଣାଯାଇଛି।

Advertisment

ଉକ୍ତ କାର୍‌କୁ ପୁଲିସ ଜବତ କରିଥିବା ବେଳେ ଦୁଇଜଣ ବ୍ୟବସାୟୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଅଧିକ ପଚରାଉଚରା ପରେ ବିନା GST ରେ ଏହି ରୁପା ବ୍ୟବସାୟ ହେଉଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ଅଧିକ ତଦନ୍ତ ପାଇଁ GST ଅଧିକାରୀ ଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚି ଦୁଇ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Ganjam Cash Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe