Advertisment

ରାସ୍ତାକଡ଼ରେ ଗାଡ଼ି ରଖି ଜଳଖିଆ ଖାଉଥିଲେ; ଡିକି ଭାଙ୍ଗି ନେଇଗଲେ ଅଳଙ୍କାର

ଆଜି ସକାଳେ ଅଳଙ୍କାର ବ୍ୟବସାୟୀ ଜଣଙ୍କ ରାସ୍ତାକଡ଼ରେ ନିଜର ଲୁନା ଗାଡି ରଖି ଜଳଖିଆ ଖାଉଥିଲେ ।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ରାସ୍ତା କଡରେ ଗାଡ଼ି ରଖି ଜଳଖିଆ ଖାଉଥିବା ବେଳେ ବ୍ୟବସାୟୀଙ୍କ ଅଳଙ୍କାର ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ନରେନ୍ଦ୍ରପୁର ଛକରେ। ଏନେଇ ଅଳଙ୍କାର ବ୍ୟବସାୟୀ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଆଜି ସକାଳେ ଅଳଙ୍କାର ବ୍ୟବସାୟୀ ଜଣଙ୍କ ରାସ୍ତାକଡ଼ରେ ନିଜର ଲୁନା ଗାଡି ରଖି ଜଳଖିଆ ଖାଉଥିଲେ। ଏହି ସମୟରେ ବାଇକରେ ଦୁଇ ଜଣ ଲୁଟେରା ଆସି ଗାଡ଼ି ଡିକି ଭାଙ୍ଗି ଅଳଙ୍କାର ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ପରେ ବ୍ୟବସାୟୀ ଜଣଙ୍କ ଜଳଖିଆ ଖାଇ ସାରି ଗାଡ଼ି ପାଖରେ ପହଞ୍ଚିଲା ବେଳକୁ ଡିକି ଭଙ୍ଗାଯାଇଥିବା ଦେଖିଥିଲେ। ଏଥିସହ ତାଙ୍କ ଅଳଙ୍କାର ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ।

ଏନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରାସ୍ତାକଡ଼ରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପରେ ଦୁଇ ଦୁର୍ବୃତ୍ତ ଡିକି ଭାଙ୍ଗି ଅଳଙ୍କାର ନେଇଯାଇଥିବା ଜଣାପଡ଼ିଥିଲା।ବ୍ୟାଗରେ ୭ଲକ୍ଷ ଟଙ୍କାର ରୁପା ଅଳଙ୍କାର ରହିଥିବା ସୂଚନା ରହିଛି। ସିସିଟିଭିକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଥିବା ଗଞ୍ଜାମ ଏସପି ସୂଚନା ଦେଇଛନ୍ତି।

Advertisment
Ganjam Loot