Advertisment

ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ

କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।

author-image
Debadatta Aryashrestha
Sanjay Chakraborty File Photo

Sanjay Chakraborty File Photo

କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୟ ଚକ୍ରବର୍ତ୍ତୀ ମୁମ୍ବାଇରୁ ଗିରଫ ହୋଇଛନ୍ତି। ନିଜ ସଙ୍ଗୀତ କ୍ଲାସରେ ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ କଣ୍ଠଶିଳ୍ପୀଙ୍କୁ ବାନ୍ଧିଛି କୋଲକାତା ପୁଲିସ। ଛାତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ କୋଲକାତା ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ ସଞ୍ଜୟ ଚକ୍ରବର୍ତ୍ତୀ। ତେବେ ମୁମ୍ବାଇ ପୁଲିସ ସହଯୋଗରେ ସଞ୍ଜୟଙ୍କୁ ଗିରଫ କରିଛି କୋଲକାତା ପୁଲିସ।

Advertisment

ଲୋକପ୍ରିୟ କଣ୍ଠଶିଳ୍ପୀ ପଣ୍ଡିତ ଅଜୟ ଚକ୍ରବର୍ତ୍ତୀଙ୍କ ସାନ ଭାଇ ହେଉଛନ୍ତି ସଞ୍ଜୟ ଚକ୍ରବର୍ତ୍ତୀ। କୋଲକାତାରେ ସେ ଏକ ସଙ୍ଗୀତ ଶିକ୍ଷାକେନ୍ଦ୍ର ଚଳାଉଥିଲେ। ଏହି ଶିକ୍ଷାକେନ୍ଦ୍ରର ହିଁ ଜଣେ ନାବାଳିକା ଛାତ୍ରୀ କିଛିଦିନ ପୂର୍ବରୁ ସଞ୍ଜୟ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ। ଏହାପରେ ଗିରଫ ଭୟରେ କୋଲକାତା ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ ସଞ୍ଜୟ। ସେଠାରେ ସେ ନିଜ ସାଙ୍ଗ ଘରେ ଲୁଚି ରହିଥିଲେ। ଖବର ପାଇ ମୁମ୍ବାଇ ପୁଲିସ ଅଧିକାରୀଙ୍କ ସହଯୋଗରେ ସଞ୍ଜୟଙ୍କୁ ତାଙ୍କ ସାଙ୍ଗ ଘରୁ ଗିରଫ କରିବାରେ ସଫଳ ହୋଇଛି କୋଲକାତା ପୁଲିସ।

କୋଲକାତା ପୁଲିସ ସୂଚନା ଅନୁସାରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇରୁ ଗିରଫ କରିବା ପରେ ତାଙ୍କୁ କୋଲକାତା ଆଣି ଗୁରୁବାର ନିମ୍ନ ଅଦାଲତରେ ହାଜର କରାଯାଇଥିଲା। ପ୍ରାଥମିକ ଶୁଣାଣି ପରେ ଅଦାଲତ ତାଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।

Advertisment
Sexual Assault Sanjay Chakraborty Minor Girl Sexual Assault Sanjay Chakraborty Arrested