Advertisment

ପ୍ରେମିକ ସହ ମିଶି ଦେଢ଼ଶୂରଙ୍କୁ ହତ୍ୟା କରିଥିଲା ଭାଇବୋହୂ

ହତ୍ୟାକାଣ୍ଡରେ ଜୟନ୍ତୀର ଆଉ ଜଣେ ସହଯୋଗୀ ସିନ୍ଧେକେଲା ଗାଁର ରୂପେଶ ଛୁରାକୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଜୟନ୍ତୀ, ତା’ ପ୍ରେମିକ, ରୂପେଶ ଓ ଆଉ ୨ ଜଣ ମିଳିତ ଭାବେ ରୁଖଡଙ୍କୁ ହତ୍ୟା କରିଥିଲେ। ଘଟଣାରେ ସାମିଲ ଥିବା ଆଉ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ଜଣାପଡ଼ିଛି।

Western

Western

Advertisment

ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଦେଢ଼ଗାଁ ରୁଖଡ ଥପା ହତ୍ୟା ଘଟଣାର ଫର୍ଦ୍ଦାଫାସ ହୋଇଛି। ନିଜର ପ୍ରେମିକ ସହ ମିଶି ରୁଖଡଙ୍କୁ ତାଙ୍କ ବିଧବା ଭାଇବୋହୂ ହିଁ ହତ୍ୟା କରିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରିବା ପରେ ମୃତ ରୁଖୟଡଙ୍କ ଭାଇବୋହୁ ଜୟନ୍ତୀ ଥପାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ହତ୍ୟାକାଣ୍ଡରେ ଜୟନ୍ତୀର ଆଉ ଜଣେ ସହଯୋଗୀ ସିନ୍ଧେକେଲା ଗାଁର ରୂପେଶ ଛୁରାକୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଜୟନ୍ତୀ, ତା’ ପ୍ରେମିକ, ରୂପେଶ ଓ ଆଉ ୨ ଜଣ ମିଳିତ ଭାବେ ରୁଖଡଙ୍କୁ ହତ୍ୟା କରିଥିଲେ। ଘଟଣାରେ ସାମିଲ ଥିବା ଆଉ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରୁଖଡଙ୍କ ଭାଇଙ୍କୁ ଜୟନ୍ତୀ ବିବାହ କରିଥିଲେ। ତେବେ ଦୁର୍ଘଟଣାରେ ଜୟନ୍ତୀର ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା। ଏସବୁ ଭିତରେ ରୁଖଡ ନିଜ ବିଧବା ଭାଇବୋହୂ ଜୟନ୍ତୀ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ। ସେ ବାରମ୍ବାର ଜୟନ୍ତୀକୁ ପ୍ରେମ ନିବେଦନ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଦେଢ଼ଶୂର ପ୍ରେମ ନିବେଦନ କରୁଥିଲେ ହେଁ ବିଧବା ଜୟନ୍ତୀ ଅନ୍ୟ ଜଣେ ଯୁବକକୁ ପ୍ରେମ କରୁଥିଲେ।

Advertisment

ରୁଖଡଙ୍କ କାରନାମା ସମ୍ପର୍କରେ ଜୟନ୍ତୀ ଗୋଟିଏ ଦିନ ନିଜ ପ୍ରେମିକକୁ କଥା କହିଥିଲା। ଏହାପରେ ପ୍ରେମିକ ସହ ମିଶି ଜୟନ୍ତୀ ଦେଢ଼ଶୂର ରୁଖଡଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଯୋଜନା ଅନୁସାରେ, ୨୧ ତାରିଖ ଦିନ ରାତିରେ ରୁଖଡ ଘରେ ଏକାକୀ ଶୋଇଥିବା ବେଳେ ଜୟନ୍ତୀ ଆଣ୍ଡ କୋ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।

ଘଟଣାର ୨/୩ ଦିନ ପୂର୍ବରୁ ରୁଖଡଙ୍କ ପତ୍ନୀ ତାଙ୍କ ବାପ ଘରକୁ ବୁଲିବା ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ଜୟନ୍ତୀ ଓ ତା’ ସହଯୋଗୀମାନେ ରୁଖଡଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ପୁଲିସ୍‌ ତଦନ୍ତ କରି ଜୟନ୍ତୀ ଓ ରୂପେଶକୁ ଗିରଫ କରିଛି। ହେଲେ ଜୟନ୍ତୀର ପ୍ରେମିକ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରି ପାରିନାହିଁ। ସେହିପରି ପୁଲିସ୍‌ ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ କିଛି ବି କହି ନାହିଁ। ସମ୍ଭବତଃ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପରେ ପୁଲିସ୍‌ ପ୍ରତିକ୍ରିୟା ଦେବ ବୋଲି କୁହାଯାଉଛି।

ରିପୋର୍ଟର: ଘଟେଶ୍ୱର ମିଶ୍ର/ଅନ୍ତିମ ପାଣିଗ୍ରାହୀ

Odisha Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe