Advertisment

ସାବତ ବାପାର ଜଘନ୍ୟ କାଣ୍ଡ: ଦୁଇ ଝିଅଙ୍କ ତଣ୍ଟି କାଟି ଦେଲା

ଅନୀତାଙ୍କ ପ୍ରକୃତ ଘର ଉତ୍ତର ପ୍ରଦେଶର ଗୋରଖପୁରରେ। ୧୦ ବର୍ଷ ତଳେ ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ଦୁଇ ଝିଅ ଅନୀତାଙ୍କ ସହ ରହିଥିଲେ।

Sisters found dead

Sisters found dead

Advertisment

ଘର ଭିତରେ ଜଘନ୍ୟକାଣ୍ଡ ଘଟାଇଛି ଜଣେ ସାବତ ବାପା। ସେ ତା’ର ୨ ଝିଅଙ୍କ ତଣ୍ଟି କାଟି ହତ୍ୟା କରିଛି। ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ସାବତ ବାପା ମୋହନ ଫେରାର ହୋଇଯାଇଛି। ବେଙ୍ଗାଲୁରୁ ପୁଲିସ୍‌ ଘର ଭିତରୁ ୧୪ ବର୍ଷୀୟ ସୃଷ୍ଟି ଓ ୧୬ ବର୍ଷୀୟ ସୋନିଙ୍କ ରକ୍ତାକ୍ତ ମୃତଦେହଙ୍କୁ ଉଦ୍ଧାର କରିଛି। 

Advertisment

ଦୁଇ ଭଉଣୀଙ୍କ ମା’ ଅନୀତା ୩ ବର୍ଷ ତଳେ ମୋହନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଅନୀତା ଓ ମୋହନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ନିୟମିତ ଝଗଡ଼ା ହେଉଥିଲା। ମୋହନ ଜଣେ କ୍ରୋଧ ପ୍ରବୃତିର ବ୍ୟକ୍ତି। ସେ ଛୋଟ ଛୋଟ କଥାରେ ରାଗି ଯାଆନ୍ତି।

ଉତ୍ତର ପୂର୍ବ ଡିସିପି ସଜୀତ ଭିଜେ କହିଛନ୍ତି ଯେ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ ମୋହନ ଏକମାତ୍ର ବ୍ୟକ୍ତି ଭାବେ ଘର ଭିତରକୁ ଯାଉଛି ଓ ଘର ଭିତରୁ ବାହାରୁଛି। ତେଣୁ ସେ ହିଁ ମୁଖ୍ୟ ଅଭିଯୁକ୍ତ।

Advertisment

ଅନୀତା ଅଭିଯୋଗ କରିଛନ୍ତି ଦୁଇ ଝିଅ ସେମାନଙ୍କ ସ୍କୁଲର ପୁଅମାନଙ୍କ ସହ କଥା ହେଉଥିବାରୁ ମୋହନ ଏହାକୁ ଘୋର ବିରୋଧ କରୁଥିଲେ। ସେମାନେ ସ୍କୁଲରେ ପୁଅମାନଙ୍କ ପାଖରେ ବସନ୍ତୁ ବୋଲି ମଧ୍ୟ ମୋହନ ଚାହୁଁ ନଥିଲେ। ଏହାକୁ ନେଇ ସେ ସବୁବେଳେ ଝିଅମାନଙ୍କୁ ବିଭିନ୍ନ ପ୍ରକାରର କଥା କହୁଥିଲେ ବୋଲି ଅନୀତା କହିଛନ୍ତି।

ସେ କହିଛନ୍ତି, “ମୁଁ ଘର ଭିତରେ ପ୍ରବେଶ କରିବା ବେଳକୁ ପୂରା ରକ୍ତର ସୁଅ ଛୁଟିଥିଲା। ମୋ ଦୁଇ ଝିଅ ତଳେ ପଡ଼ି ରହିଥିଲେ। ସେମାନଙ୍କ ତଣ୍ଟି କଟା ଯାଇଥିଲା। ମୋହନ ସବୁବେଳେ ଦୁଇ ପିଲାଙ୍କ ଉପରେ ରାଗୁ ଥିଲେ। ସେମାନେ ପୁଅ ପିଲାଙ୍କ ସହ ମିଶୁ ଥିବାରୁ ଏହାକୁ ସେ ପସନ୍ଦ କରୁ ନଥିଲେ।

ତଥାପି ମୁଁ ତାଙ୍କୁ ବୁଝାଇଥିଲି। ତମେ ଯଦି ମହିଳାମାନଙ୍କ ସହ କଥା ହୋଇପାରୁଛି, ତା’ହେଲେ ସେମାନେ କାହିଁକି କଥା ହୋଇପାରିବେ ନାହିଁ? ଛୋଟ ପିଲା ସ୍କୁଲର ସାଙ୍ଗ ମାନଙ୍କ ସହ କଥା ହେଲେ ଅସୁବିଧା କ’ଣ? ତଥାପି ସେ ଦୁଇ ଝିଅଙ୍କୁ ଅଲଗା ନଜରରେ ଦେଖୁଥିଲେ ଓ ସେମାନେ ପୁଅ ପିଲାଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି ଚାହୁଁଥିଲେ।”

ଅନୀତାଙ୍କ ପ୍ରକୃତ ଘର ଉତ୍ତର ପ୍ରଦେଶର ଗୋରଖପୁରରେ। ୧୦ ବର୍ଷ ତଳେ ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ଦୁଇ ଝିଅ ଅନୀତାଙ୍କ ସହ ରହିଥିଲେ। ସେମାନଙ୍କ ବାପା ଦୁବାଇରେ ରୁହନ୍ତି। ଅନୀତା ୩ ବର୍ଷ ହେଲା ବେଙ୍ଗାଲୁରୁରେ ରହୁଥିଲେ। ଏହି ସମୟରେ ତାଙ୍କର ମୋହନଙ୍କ ସହ ଶାଦି.କମରେ ଦେଖା ହୋଇଥିଲା।

ଏହାପରେ ଉଭୟ ବିବାହ କରିଥିଲେ। ବାହାଘର ପରେ ୨ ଝିଅଙ୍କ ସହ ମୋହନ ଏକାଠି ରହିବା ଆରମ୍ଭ କରିଥିଲେ। ହେଲେ ଏବେ ସେ ନିଜର ଦୁଇ ସାବତ ଝିଅଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ଘଟଣା ପରେ ଫେରାର ହୋଇଯାଇଥିବା ମୋହନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

Murder Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe