/odisha-reporter/media/post_attachments/uploads/2015/10/sisu.jpg)
sisu
ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମହିପାଣି ଗାଁରେ ଏକ ଶିଶୁକୁ ଅପହରଣ କରି ଏକ ବୁଦା ମୂଳରେ ଲୁଚାଇ ରଖିବା ଅଭିଯୋଗରେ ପୋଲିସ ଜଣେ ଯାଦୁଗରକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଶିବଲାଲ ଜାନୀ । ତାଙ୍କ ଘର ବଲଶଙ୍ଗିର ଜିଲ୍ଲା ପାଟଣଶଗଡରେ ବୋଲି ଜଣାପଡିଛି । ଶିଶୁକନ୍ୟାଟଇ ଗାଁରେ ଖେଳୁଥିବା ବେଳେ ଶିବଲାଲ ତାକୁ ଉଠାଇ ନେଇ ଏକ ବୁଦା ମୂଳରେ ଲୁଚାଇ ରଖିଥିଲା । ଏ ବିଷୟରେ ଜଣାପଡିବା ପରେ ଶିଶୁ କନ୍ୟାର ମାଆ ଓ ଗ୍ରାମବାସୀ ପିଲାଟିକୁ ଉଦ୍ଧାର କରିବା ସହ ଶିବଲାଲକୁ ଧରି ପୋଲିସ ଜିମା ଦେଇଥିଲେ । ଏ ନେଇ ଜୟପାଟଣା ଥାନାରେ ଦଫା ୩୬୩ରେ ଏକ ମାମଲା (ନଂ. ୨୭୨/୧୫) ରୁଜୁ କରାଯାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
