Advertisment

ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT

ବୁଧବାର ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ପୋଷ୍ଟର ମରାକୁ ନେଇ ହୋଇଥିଲା ଗଣ୍ଡଗୋଳ। ବିଜେପି କର୍ମୀ ଦିଲ୍ଲୀପ ପାହାଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିଜେଡି କର୍ମୀମାନେ ତାଙ୍କୁ ହତ୍ୟା କରିଥିଲେ।

ଅଦ୍ୟତନ ହୋଇଛି
Ganjam

Ganjam

Advertisment

ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT। ଏସ୍‌ଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ସାଇଣ୍ଟିଫିକ୍‌, ଫୋରେନ୍‌ସିକ୍‌ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବ। ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ। ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ SIT। ଆଜି ଏନେଇ ଘୋଷଣା କରିଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ।

Advertisment

ଏଥିସହ ପ୍ରାକ୍‌ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ରାଧା କିଶନ ଶର୍ମା ଛତ୍ରପୁରରେ ଅବସ୍ଥାନ କରିବେ। ସେ ଗଞ୍ଜାମ ଜିଲ୍ଲାର ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ। ୧୭ ମଇଠାରୁ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଛତ୍ରପୁରରେ ଅବସ୍ଥାନ କରି ଆଇନ ଓ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ନଜର ରଖିବେ।

ବୁଧବାର ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ପୋଷ୍ଟର ମରାକୁ ନେଇ ହୋଇଥିଲା ଗଣ୍ଡଗୋଳ। ବିଜେପି କର୍ମୀ ଦିଲ୍ଲୀପ ପାହାଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିଜେଡି କର୍ମୀମାନେ ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ବୁଧବାର ରାତିରୁ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଅଶାନ୍ତ ହୋଇଥିଲା ଖଲ୍ଲିକୋଟ୍‌। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ତାଙ୍କର ପର୍ତ୍ତା ପାଉନି। ସୁରକ୍ଷା ଦୃଷ୍ଟିର ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା।

Advertisment

ବିଜେପି ଦିଲ୍ଲୀପ ପାହାଣ ହତ୍ୟା ମାମଲାରେ ସ୍ଥାନୀୟ ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ ହେଉଥିଲା। ଆଜି ଏହି ଅଭିଯୋଗର ଜବାବ ରଖିଛନ୍ତି ଖଲ୍ଲିକୋଟ ବିଧାୟକଙ୍କ ସ୍ୱାମୀ ଦୈତାରୀ ବେହେରା। ସେ କହିଛନ୍ତି, ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେ (ଦିଲ୍ଲୀ) ପୂର୍ବରୁ ବିଜେଡି କର୍ମୀ ଥିଲେ। କୌଣସି ଶତ୍ରୁତା ତାଙ୍କ ସହ ନାହିଁ। କାହିଁକି ସେ ଏଭଳି କହୁଛନ୍ତି ମୁଁ ଜାଣିନି। କିନ୍ତୁ ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରୁ ବୋଲି ଦୈଦାରୀ କହିଛନ୍ତି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe