Advertisment

ପୁରୁଣା ଭିଡିଓକୁ ନେଇ ମଣିପୁର ଅଶାନ୍ତ: ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା

୨ ମାସ ତଳର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖିଦେଇଛି।

ଅଦ୍ୟତନ ହୋଇଛି
women-stripped-naked-ran-on-streets

women-stripped-naked-ran-on-streets

Advertisment

ଧୀରେ ଧୀରେ ଶାନ୍ତ ହେଉଥିବା ମଣିପୁର ପରିସ୍ଥିତି ପୁଣି ଥରେ ବିଗିଡ଼ିବାରେ ଲାଗିଛି। ୨ ମାସ ତଳର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖିଦେଇଛି। ଭିଡିଓରେ ଦୁଇ ନିବସ୍ତ୍ର ମହିଳା ରାସ୍ତାରେ ଦୌଡ଼ୁଥିବା ବେଳେ ଅନ୍ୟମାନେ ତାଙ୍କୁ ଟଣାଓଟରା କରୁଥିବା ଦେଖିବାକୁ ମିଳୁଛି।

Advertisment

ଆଜି ଇଣ୍ଡିଜିନସ୍‌ ଟ୍ରାଇବାଲ ଲିଡର୍ସ ଫୋରମ(ITLF)ର ପ୍ରଦର୍ଶନ ହେବା ପୂର୍ବର ଯୋଜନାବଦ୍ଧ ଭାବେ ଏହି ଭିଡିଓକୁ ଭାଇରାଲ କରାଯାଇଥିବା ଜଣାଯାଇଛି।

ଭାଇରାଲ ହୋଇଥିବା ଭିଡିଓ ଗତ ମେ’ ୪ ତାରିଖର ବୋଲି ଜଣାଯାଇଛି। ତାହା ପୂର୍ବ ଦିନ ହିଁ ମଣିପୁରରେ ପ୍ରଥମେ ହିଂସାକାଣ୍ଡ ଆରମ୍ଭ ହୋଇଥିଲ।

Advertisment

ମଣିପୁରର କାଙ୍ଗକୋପି ଜିଲ୍ଲାରେ ୨ ମହିଳାଙ୍କୁ ନିବସ୍ତ୍ର କରି ଚାଷ ଜମିରେ ଟଣାଓଟରା କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ପୀଡ଼ିତ ମହିଳାଦ୍ୱୟ କୁକି- ଜୋ ଜନଜାତିର ହୋଇଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତି ମୈତି ସମୁଦାୟର ବୋଲି ଜଣାଯାଇଛି।

ପୀଡ଼ିତ ମହିଳାଙ୍କୁ ବନ୍ଧା ଯାଇଥିବା ବେଳେ ସେମାନେ ଉଦ୍ଧାର ପାଇଁ କାନ୍ଦି କାନ୍ଦି ଗୁହାରି କରୁଥିଲେ। ମାତ୍ର ଅନ୍ୟମାନେ ଏହା ଦେଖୁଥିଲେ ବି କେହି ସାହାଯ୍ୟ କରିବାକୁ ଆଗେଇ ଆସୁ ନ ଥିଲେ।

ଘଟଣାର ମାସେ ପରେ ଗତ ଜୁନ୍‌ ୨୧ ତାରିଖରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଜୁଲାଇ ମାସରେ ଏହାର ଭିଡିଓ ଭାଇରାଲ ହୋଇଛି।

ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଉକ୍ତ ଭିଡ଼ରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ବେଳେ ୩ ମହିଳାଙ୍କୁ ନିବସ୍ତ୍ର କରାଯାଇଥିଲା। ସେଥି ମଧ୍ୟରୁ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହାଦେଖି ଯୁବତୀଙ୍କୁ ଉଦ୍ଧାର ପାଇଁ ତାଙ୍କ ଭାଇ ପାଇଁ ଉଦ୍ୟମ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ୩ ମହିଳାଙ୍କୁ କିଛି ବ୍ୟକ୍ତି ସହାୟତା କରିବାରୁ ସେମାନେ ଫେରାର ହେବାରେ ସଫଳ ହୋଇଥିବା ଜଣାଯାଇଛି।

ଏହି ଭିଡିଓ ଭାଇରାଲ ହେବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ କହିଛନ୍ତି, ସରକାର ଏହି ଭିଡିଓର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଦୋଷୀଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।

ଗତ ମେ’ ୩ ତାରିଖରେ ମଣିପୁରରେ କୁକି ସମୁଦାୟ ପକ୍ଷରୁ ଆଦିବାସୀ ଏକତା ମାର୍ଚ୍ଚ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଉକ୍ତ ସମୟରେ ମୈତି ଓ କୁକି ସମ୍ପ୍ରଦାୟ ଲୋକେ ମୁହାଁମୁହିଁ ହୋଇଥିଲେ। ସେବେଠୁ ମଣିପୁର ଅଶାନ୍ତ ହୋଇ ଉଠିଥିବା ବେଳେ ୧୬୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରାଯାଇଛି।

ମଣିପୁରର ଏହି ଭାଇରାଲ ଭିଡିଓ ଘଟଣାକୁ ସମଗ୍ର ଦେଶରେ ନିନ୍ଦା କରାଯାଇଥିବା ବେଳେ ଆପ୍‌ ବି ଏହାର ଦୃଢ ନିନ୍ଦା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓୱାଲ ଟ୍ୱିଟ କରି ଏହି ଘଟଣା ଅତ୍ୟନ୍ଦ ଲଜ୍ଜାଜନକ ବୋଲି କହିଛନ୍ତି। ଏପରି ଘୃଣ୍ୟ କାମ ଭାରତୀୟ ସମାଜରେ କେବେବି ଗ୍ରହଣୀୟ ନୁହେଁ। ତେଣୁ ଏପରି କାମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

Manipur Violence Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe