Advertisment

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ

ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସଙ୍କ ବିରୋଧରେ ପୁଲିସ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ କରିଛି।

ଅଦ୍ୟତନ ହୋଇଛି
ShibaShankar Das

ShibaShankar Das

Advertisment

ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ଗିରଫ କରିଛି ପୁଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୁଲିସ ତାଙ୍କୁ ଜେଲକୁ ପଠାଇଦେଇଛି। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସଙ୍କ ବିରୋଧରେ ପୁଲିସ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ କରିଛି। ଗତକାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର।

Advertisment

ଅନ୍ୟପକ୍ଷରେ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରାଯାଇଛି। ତାଙ୍କ ପଞ୍ଜରା ହାଡ଼ରେ ଫ୍ରାକ୍ଚର ହୋଇଥିବା ସୂଚନା ମିଳିଛି। ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ପତ୍ନୀ କହିଛନ୍ତି, ତାଙ୍କ ଚେଷ୍ଟରେ ଫ୍ରାକ୍‌ଚର ହୋଇଛି ଓ ବେକରେ ମାଡ଼ ହୋଇଛି। ତାଙ୍କ ପକ୍ଷେ କଥା କହିବା କଷ୍ଟକର ହୋଇପଡ଼ିଛି।  ମୁଖ୍ୟମନ୍ତ୍ରୀ ଅହିଂସାର ଡିଣ୍ଡିମ ପିଟୁଛନ୍ତି, ମାତ୍ର ହିଂସା ଚରମ ସୀମାରେ ପହଞ୍ଚିଛି। ହାରିବା ଭୟରେ ସେମାନେ ତାଟିଆ କାମୁଡ଼ିବା ଆରମ୍ଭ କରିଛନ୍ତି।

ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ସମର୍ଥକଙ୍କ ମଧ୍ୟରେ କୌଣସି କାରଣ ପାଇଁ ହାତାହାତି ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ପ୍ରଦୀପଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।

Advertisment

ଶିବଶଙ୍କରଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

2024 General Election Pradeep Panigrahi Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe