Advertisment

ଜାରିଂ ଗଣଦୁଷ୍କର୍ମ ମାମଲା: ଲିଫ୍ଟ ବାହାନାରେ ଧୋକା ଦେଇଥିଲେ ପରିଚିତ ବ୍ୟକ୍ତି, ୬ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ

ଭିଡିଓ ଭାଇରାଲ କରିବା ଅଭିଯୋଗରେ ଯେଉଁ ୩ ଜଣ ଗିରଫ ହୋଇଥିଲେ, କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Accused

Accused

Advertisment

କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ଜାରିଂ ଗଣଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ୬ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣିତ କରି ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ।

Advertisment

ଘଟଣାଟି ୨୦୧୯ ମସିହା ସେପ୍ଟେମ୍ବର ମାସ ୧୪ ତାରିଖରେ ଘଟିଥିଲା। ପୀଡ଼ିତା ତାଙ୍କର ବ୍ୟକ୍ତିଗତ କାମରେ ଭବାନୀପାଟଣା ଯାଇଥିଲେ। ସେଠାରେ କାମ ସାରି ଘରକୁ ଫେରିବା ପାଇଁ ଦିନ ପ୍ରାୟ ଗୋଟାଏ ବେଳେ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ସେହି ସମୟରେ ଲଳିନ୍ଦ୍ର ଶବର ସେଠାରେ ପହଞ୍ଚିଥିଲେ। ଲଳିନ୍ଦ୍ରଙ୍କୁ ପୀଡ଼ିତା ପୂର୍ବରୁ ଜାଣିଥିଲେ। ଲଳିନ୍ଦ୍ର ତାଙ୍କୁ ବାଇକ୍‌ରେ ନେଇ ଘରେ ଛାଡ଼ିଦେବେ ବୋଲି କହିଥିଲେ। ଜଣାଶୁଣା ହୋଇଥିବାରୁ ଲଳିନ୍ଦ୍ରଙ୍କ ପ୍ରସ୍ତାବରେ ହିଁ ମାରିଥିଲେ ପୀଡ଼ିତ ଓ ତାଙ୍କ ସହିତ ବାଇକ୍‌ରେ ଯାଇଥିଲେ।

ଜାରିଂ ପାଖରେ ଲଳିନ୍ଦ୍ର ଶବର ଗାଡ଼ିର ବେଗ ମନ୍ଥର କରି ଦେଇଥିଲେ ଓ ପରେ ଗୋଟିଏ ସ୍ଥାନରେ ଅଟକି ଯାଇଥିଲେ। ସେତେବେଳେ ଅନ୍ୟ ଦୋଷୀମାନେ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ଜବରଦସ୍ତି ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ସେମାନେ ପୀଡ଼ିତାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ। ତା’ସହିତ ତାଙ୍କୁ ମାଡ଼ ମାରିଥିଲେ। ଦୁଷ୍କର୍ମ ବେଳେ ମୋବାଇଲ ଫୋନ୍‌ରେ ଭିଡିଓ ଉତ୍ତୋଳନ କରାଯାଇଥିଲା। ଉକ୍ତ ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ କରାଯାଇଥିଲା।

Advertisment

ଘଟଣା ଘଟିବାର ପ୍ରାୟ ୧୦ ଦିନ ପରେ ପୀଡ଼ିତା ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତତ୍‌କାଳୀନ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଘଟଣାର ତଦନ୍ତ କରି ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା। ସେହିପରି ଗଣ ଦୁଷ୍କର୍ମର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଆଉ ୩ ଜଣଙ୍କୁ ଗିରଫ କରିଥିଲା।

କୋର୍ଟ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଯେଉଁ ୩ ଜଣ ଗିରଫ ହୋଇଥିଲେ, କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେହିପରି ଗିରଫ ନାବାଳକଙ୍କ ମାମଲା ଜୁଭେନାଇଲ କୋର୍ଟରେ ଚାଲିଛି।

Gang Rape Sentenced To Life Imprisonment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe