Advertisment

ଜୁଆ ଅଡ୍ଡାରେ ଚଢ଼ାଉ, ୬ ଗିରଫ

ଜଙ୍ଗଲରେ ଜୁଆଖେଳ ଚାଲିଥିବା ସମୟରେ ଚଢାଉ କରିଥିଲା ପୁଲିସ।

author-image
Biswajit Samal
ଅଦ୍ୟତନ ହୋଇଛି
Sambalpur

Sambalpur

ସମ୍ୱଲପୁର ଜିଲ୍ଲା ଜମନକିରା ଥାନା ବାହାନଗାଁ ଜଙ୍ଗଲରେ ଜୁଆଖେଳ ଚାଲିଥିବା ବେଳେ ପୁଲିସ୍ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। 

Advertisment

ଗିରଫ ଜୁଆଡ଼ିମାନେ ହେଉଛନ୍ତି- ଜମନକିରାର ଶ୍ରୀକାନ୍ତ ବେହେରା, ଗଣେଶ ସାହୁ ଓ ସିକନ୍ଦର ମହାକୁଲ, କଦଳିମୁଣ୍ଡାର ସଞ୍ଜୟ ମହାକୁଢ, ବୁଦେଲକାନୀର କୃଷ୍ଣଚନ୍ଦ୍ର ବାରିକ ଏବଂ ଖମାରବାହାଲର ନରେଶ ଧୁରୁଆ। ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ଜମନକିରା ପୁଲିସ।

ସେମାନଙ୍କ ଠାରୁ ୨୨,୨୧୦ ଟଙ୍କା, ୩ଟି ମୋବାଇଲ ଓ ୩ଟି ବାଇକ୍ ଜବତ ହୋଇଛି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ବାହାନଗା ଜଙ୍ଗଲରେ ଜୁଆଖେଳ ହେଉଥିବା ଖବର ପାଇଥିଲା ପୁଲିସ। ପରେ ପାଟ୍ରୋଲିଂ ପୁଲିସ ସେଠାରେ ଚଢ଼ାଉ କରିଥିଲା। 

Advertisment

ରିପୋର୍ଟ – କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା

Sambalpur Juadi