Advertisment

ପେଟରେ ଝିଅ ଥିବା ଜାଣି ୬ ମାସର ଗର୍ଭବତୀଙ୍କୁ ପିଟିପିଟି ମାରିଦେଲେ!

ପେଟରେ ଝିଅ ଥିବା ଜାଣିବା ପରେ ଶାଶୂ ଘର ଲୋକ ୬ ମାସର ଗର୍ଭବତୀଙ୍କୁ ମାରି ଦେଇଛନ୍ତି। ଶାଶୂ ଘର ଲୋକ ବେଆଇନ ଅଲଟ୍ରା ସାଉଣ୍ଡ ଦ୍ୱାରା ମହିଳାଙ୍କ ପେଟରେ ଝିଅ ଥିବା ଜାଣିବା ପରେ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Bihar

Bihar

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଆଜିର ସଭ୍ୟ ସମାଜରେ ବି ରହିଛି ପୁଅ ଓ ଝିଅ ମଧ୍ୟରେ ଭେଦଭାବ। ଏହି ପୁଅ ଝିଅ ଭେଦଭାବ ଯୋଗୁ ଜଣେ ୩୦ ବର୍ଷୀୟ ଗର୍ଭବତୀଙ୍କୁ ତାଙ୍କୁ ଶାଶୂ ଘର ଲୋକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି।

Advertisment

ପେଟରେ ଝିଅ ଥିବା ଜାଣିବା ପରେ ଶାଶୂ ଘର ଲୋକ ୬ ମାସର ଗର୍ଭବତୀଙ୍କୁ ମାରି ଦେଇଛନ୍ତି। ଶାଶୂ ଘର ଲୋକ ବେଆଇନ ଅଲଟ୍ରା ସାଉଣ୍ଡ ଦ୍ୱାରା ମହିଳାଙ୍କ ପେଟରେ ଝିଅ ଥିବା ଜାଣିବା ପରେ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। 

ବିହାରର କେୱାଲ ବିଘା ନାମକ ଗୋଟିଏ ଛୋଟିଆ ଗାଁରେ ପୂରା ଘଟଣା ଘଟିଛି। ପୂର୍ବରୁ ମହିଳା ଜଣଙ୍କ ଦୁଇଟି କନ୍ୟା ସନ୍ତାନ ଓ ଗୋଟିଏ ପୁଅ ଥିଲେ। ପୁଅଟି ଦୃଷ୍ଟି ବାଧିତ। ଏବେ ସେ ପୁଣି ମା’ ହେବାକୁ ଯାଉଥିବା ବେଳେ ତାଙ୍କୁ ଶାଶୂ ଘର ଲୋକ ପିଟିପିଟି ହତ୍ୟା କରିଛନ୍ତି। ଏହାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିବା ମଧ୍ୟ କୁହାଯାଉଛି। ପୁଲିସ୍‌ ମହିଳାଙ୍କ ଝୁଲନ୍ତା ମୃତଦେହ ଘରର ଗୋଟିଏ ରୁମରୁ ଜବତ କରିଛି।

Advertisment

ପୁଲିସ୍‌ କହିଛି ଯେ କୁସୁମ ଦେବୀ ୭ ବର୍ଷ ତଳେ ଉଦୟଙ୍କୁ ବିବାହ କରିଥିଲେ। ସେ ଏବେ ୬ ମାସର ଗର୍ଭବତୀ ଥିଲେ। ତାଙ୍କ ସ୍ୱାମୀ ଉଦୟ ଚୌହାନ ଚାଷ କାମ କରି ପରିବାର ଚଳାନ୍ତି। ଘଟଣା ପରେ ଉଦୟ ଓ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଛନ୍ତି।

ଘଟଣା ସମ୍ପର୍କରେ ଗାଁ ଲୋକମାନେ କିଛି ବି ଜାଣି ନଥିଲେ। କିନ୍ତୁ କୁସୁମଙ୍କ ଛୋଟ ପିଲାମାନେ ରାହା ଧରି କାନ୍ଦିବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ଘଟଣା ସମ୍ପର୍କରେ ପୁଲିସ ଖବର ପାଇଥିଲା।

ବିଭିନ୍ନ ଗଣମାଧ୍ୟମ ବେଆଇନ ଭୃଣ ନିରୂପଣ କଥା କହୁଥିଲ ହେଁ ପୁଲିସ୍‌ ଏହାକୁ ଖଣ୍ଡନ କରିଛି। ମନପୁର ପୁଲିସ୍‌ ଷ୍ଟେସନ ଏସଏଚ୍‌ଓ ମୁକେଶ କୁମାର କହିଛନ୍ତି, “ମୃତକଙ୍କ ମା’ କଲୱା ଦେବୀ ତାଙ୍କ ଅଭିଯୋଗରେ ଅଲଟ୍ରା ସାଉଣ୍ଡ ଥିଓରୀ ସମ୍ପର୍କରେ କିଛି ବି କହି କହିନାହାନ୍ତି।

ମୃତକ ଜଣଙ୍କ ମାନସିକସ୍ତରରେ ସ୍ଥିର ନଥିଲେ। ତେଣୁ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଟ ହେବ। ମୃତଦେକୁ ବିହାର ଶରିଫ ସଦର ହସ୍ପିଟାଲକୁ ପଠା ଯାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।”

କୁସୁମଙ୍କ ବଡ଼ ଭଉଣୀ ମାଳତୀ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କୁ ତାଙ୍କର ସ୍ୱାମୀ ଓ ସମ୍ପର୍କୀୟମାନେ ପିଟିପିଟି ହତ୍ୟା କରିଛନ୍ତି। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେମାନେ ଶବକୁ ଝୁଲାଇ ଦେଇଛନ୍ତି। କୁସୁମଙ୍କ ପେଟରେ କନ୍ୟା ଭୃଣ ଥିବା ଅଲଟ୍ରା ସାଉଣ୍ଡରୁ ଜଣାପଡ଼ିଥିଲା। ଏହାପରେ ଶାଶୂ ଘର ଲୋକ କୁସୁମଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।

Crime Bihar