Advertisment

କୁଳଡିହା ଅଭୟାରଣ୍ୟରେ ଭଡ଼ାରେ ମିଳୁଛି ଦେଶୀ ବନ୍ଧୁକ!

ଗତକାଲି ସକାଳେ କୁଳଡିହା ଅଭୟାରଣ୍ୟରେ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଅଦ୍ୟତନ ହୋଇଛି
Six poachers

Six poachers

Advertisment

କୁଲଡିହା ଅଭୟାରଣ୍ୟ ନିକଟରେ ଭଡ଼ାରେ ମିଳୁଛି ଦେଶୀ ବନ୍ଧୁକ। ଶିକାର କରିବା ଉଦ୍ଦେଶ୍ୟରେ ଦେଶୀ ବନ୍ଧୁକ ଭଡ଼ାରେ ଦେଉଛନ୍ତି ମାଫିଆ। ରାତି ଅଧିଆ କମ୍ବିଂ କରି ୬ ଜଣ ଶିକାରୀଙ୍କୁ ଗିରଫ କରିବା ପରେ ଏଭଳି ତଥ୍ୟ ସାମ୍ନା ଆସିଛି।

Advertisment

ଗତକାଲି ସକାଳେ କୁଳଡିହା ଅଭୟାରଣ୍ୟର ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଦେଶୀ ବନ୍ଧୁକ ତିଆରି କାରାଖାନା ଠାବ କରାଯାଇଥିଲା। ଏହାସହ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ଟି ନିର୍ମାଣାଧୀନ ବନ୍ଧୁକ ଜବତ ହୋଇଥିଲା। ପୁଣି ଗତକାଲି ରାତିରେ କୁଳଡିହା ଅଭୟାରଣ୍ୟରେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଗାଁରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ଏହି ଅପରେସନ ବେଳେ ୬ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୁଲିସ ପକ୍ଷରୁ ଏହି ମିଳିତ ଚଢ଼ାଉ କରାଯାଇଥିଲା।

Advertisment
Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe