Advertisment

୬ ଜଣଙ୍କୁ ବାନ୍ଧିଲା ସମ୍ବଲପୁର ପୁଲିସ; ୮ ବନ୍ଧୁକ, ୨୨ ଗୁଳି ଓ ୧୧ ଲକ୍ଷ ଟଙ୍କା ଜବତ

ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି।

Gun

Gun

Advertisment

ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍‌, ୩ଟି ଗାଡ଼ି (ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟି) ଓ ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଜବତ କରାଯାଇଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମହମ୍ମଦ ସମଶେର ଓରଫ ପାଗଳା (୩୯), ମହମ୍ମଦ ମୌସିମ (୪୧), ମୁନୁ ପାଣ୍ଡେ (୨୩), ମୋହିତ ପାଶ୍ୱାନ (୨୦), ସନ୍ତୋଷ ମହାରଣା (୩୮) ଓ ମହମ୍ମଦ ଅହମ୍ମଦ (୪୨)।

ମହମ୍ମଦ ସମଶେର ଓ ମହମ୍ମଦ ମୌସିମଙ୍କୁ ଧନୁପାଲି ଥାନା ପୁଲିସ୍ ଗିରଫ କରିଛି। ସମଶେର ନାଁରେ ଭିନ୍ନ ଭିନ୍ନ ଥାନାରେ ୧୧ଟି ମାମଲା ରହିଛି। ତା’ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି। ସୁନାପାଲିର ମହମ୍ମଦ ମୌସିମ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି। ତା’ ନାଁରେ ପୂର୍ବରୁ କୌଣସି ମାମଲା ନାହିଁ।

Advertisment

ମୁନୁ ପାଣ୍ଡେ ଓ ମୋହିତ ପାଶ୍ୱାନଙ୍କୁ ଗିରଫ କରିଛି ଠେଲକୋଲୋଇ ଥାନା ପୁଲିସ। ମୁନୁ ପାଣ୍ଡେ ଉତ୍ତର ପ୍ରଦେଶର ଲୋକ ହୋଇଥିବା ବେଳେ ଏବେ ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ରହୁଥିଲା। ତା’ ନାଁରେ ଭିନ୍ନ ଭିନ୍ନ ଥାନାରେ ୩ଟି ମାମଲା ରହିଥିବା ବେଳେ ତା’ଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ଗୁଳି ଜବତ କରାଯାଇଛି। ମୋହିତ ଶର୍ମା ନାଁରେ ପୂର୍ବରୁ କୌଣସି ମାମଲା ନଥିବା ବେଳେ ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ମୋହିତର ଘର ବିହାରରେ। ଏବେ ସେ ଝାରସୁଗୁଡ଼ାରେ ରହୁଥିଲା।

ସନ୍ତୋଷ ମହାରଣାକୁ ଅଇଁଠାପାଲି ପୁଲିସ ଗିରଫ କରିଛି। ତା’ ଘର ଅଇଁଠାପାଲିର ଜଗନ୍ନାଥ କଲୋନୀରେ। ତା’ ଠାରୁ ୨ଟି ବନ୍ଧୁକ (ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଅଟୋମେଟିକ ପିସ୍ତଲ) ଓ ୭ଟି ଗୁଳି ଜବତ କରାଯାଇଛି। ତା’ ବୁଲେଟକୁ ମଧ୍ୟ ପୁଲିସ ଜବତ କରିଛି। ତା’ ନାଁରେ ପୂର୍ବରୁ କୌଣସି ମାମଲା ନାହିଁ।

ଗିରଫ ମହମ୍ମଦ ଅହମ୍ମଦର ଘର ବରଗଡ଼ ଜିଲ୍ଲାର ଅତାବିରାର ଗୋଡ଼ଭଗାରେ। ତାକୁ ବୁର୍ଲା ଥାନା ପୁଲିସ ଗିରଫ କରିଛି। ତା’ଠାରୁ ଗୋଟିଏ ପିସ୍ତଲ, ୬ଟି ଗୁଳି, ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଓ ଗୋଟିଏ ପିକ୍‌ ଅପ୍ ଭ୍ୟାନ ଜବତ କରାଯାଇଛି। ତା’ ନାଁରେ ମଧ୍ୟ ପୂର୍ବରୁ କୌଣସି ମାମଲା ନାହିଁ।

ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି ଯେ ଏହି ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଥିବା ବନ୍ଧୁକ ଗୁଡ଼ିକ ଅପରାଧ ସଂଘଟିତ କରିବା ବା ବିକ୍ରି ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା। କାରଣ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ସେମାନେ କେଉଁଠାରୁ ଏହି ବନ୍ଧୁକ ଗୁଡ଼ିକ ଆଣିଥିଲେ, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ଗିରଫ ୬ ଜଣଙ୍କ ନାଁରେ ଭିନ୍ନ ଭିନ୍ନ ଥାନାରେ ୬ଟି ମାମଲା ରୁଜୁ କରାଯାଇଛି। ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Odisha Police Police Gun Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe