Advertisment

ମୋତିଆବିନ୍ଦୁ ଅପରେସନ କରିବାକୁ ଯାଇ ଆଖି ହରାଇଲେ ୬ଜଣ

୬ଜଣ ବୟସ୍କ.ରୋଗୀ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ଭ

Bhadrak

Bhadrak

Advertisment

ଆଖିରେ ମୋତିଆବିନ୍ଦୁ ହୋଇଥିବାରୁ ଭଲ କରି ଦେଖାଯାଉନଥିଲା। ଅପରେସନ ପରେ ଭଲ କରି ଦେଖାଯିବ ବୋଲି ଭାବିଥିଲେ। ହେଲେ ଡାକ୍ତରଖାନାରେ ଭୁଲ୍ ଅସ୍ତ୍ରୋପଚାର ପାଇଁ ଆଖି ହରାଇଲେ ୬ଜଣ ବରିଷ୍ଠ ନାଗରିକ। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି।

Advertisment

ଭଦ୍ରକ ସହର ଡାହାଣୀ ଗଡିଆ ନିକଟରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଗତ ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବୟସ୍କ ରୋଗୀଙ୍କର ମୋତିଆବିନ୍ଦୁ ଅପରେସନ କରାଯାଇଥିଲା। ତେବେ ଅପରେସନର କିଛି ଦିନ ପରେ ସମସ୍ତ ୬ ଜଣଯାକ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ହସ୍ପିଟାଲ ପରିସରରେ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଆଖି ହରାଇଥିବା ୬ଜଣ ବୟସ୍କ.ରୋଗୀ।

ଜଣେ ରୋଗୀ କହିଛନ୍ତି, ଆଖିରେ ମୋତିଆବିନ୍ଦୁ ହୋଇଥିବା ବେଳେ ଟିକେ ଟିକେ ଦେଖାଯାଉଥିଲା। ଅପରେସନ ପରେ ଆଉ ଦେଖାଯାଉ ନାହିଁ। ଏନେଇ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର କହୁଛନ୍ତି ମୋତିଆବିନ୍ଦୁ ପାକଳ ହୋଇଯାଇଥିଲା।

Advertisment

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ କହିଛନ୍ତି, ଘଟଣା ବିଷୟରେ ଜାଣିବା ପରେ ଗୋଟିଏ ଟିମ ତଦନ୍ତ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ଆମେ ତାଙ୍କୁ କିଛି କାଗଜପତ୍ର ମାଗିଥିଲୁ, ସେମାନେ ମଧ୍ୟ ଦେଇଛନ୍ତି। ଘଟଣାର ତଦନ୍ତ ଚାଲିଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କଥା ତାହା ହେବ।

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe