Advertisment

ଧରାପଡ଼ିଲା ସ୍କୁଲ ଓ ପଞ୍ଚାୟତ ଅଫିସରେ କଳାକନା ବୁଲାଉଥିବା ଗ୍ୟାଙ୍ଗ; କୋଟିଏ ଟଙ୍କାର ସାମଗ୍ରୀ ଜବତ

ଗିରଫ ଅଭିଯୁକ୍ତମାନେ ୨୦୨୨ ମସିହାରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍କୁଲ ଓ ପଞ୍ଚାୟତ ଅଫିସ ଗୁଡ଼ିକରୁ ଚୋରି କରୁଥିଲେ।

Lootera Gang

Lootera Gang

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଟେରା ଗ୍ୟାଙ୍ଗକୁ ଧରିବା ସହିତ ସେମାନଙ୍କ ଠାରୁ କୋଟିଏ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପରଜଙ୍ଗ ଥାନା ଦୋମୁହାଁଣି ଗାଁର ବିଜୟ ପରିଡ଼ା, ସତ୍ୟବାନ ପ୍ରଧାନ, ବାଇଗିଣିଆର ଅଞ୍ଜନ ବେହେରା, କଙ୍କଡ଼ାହାଡ଼ ଥାନା କଣ୍ଟାପାଳର ବିରସା ବେହେରା, ତୁମୁସିଙ୍ଗା ଥାନା ମାଛିଆର କାହ୍ନୁ ନାଏକ ଏବଂ କାମାକ୍ଷାନଗର ଥାନା ବଡ଼ସୁଆଁଳୋ ଗାଁର ପ୍ରକାଶ ନାଏକ।

ଗିରଫ ଅଭିଯୁକ୍ତମାନେ ୨୦୨୨ ମସିହାରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍କୁଲ ଓ ପଞ୍ଚାୟତ ଅଫିସ ଗୁଡ଼ିକରୁ ଚୋରି କରୁଥିଲେ। ସେମାନଙ୍କ ନାଁରେ ପରଜଙ୍ଗ, କାମାକ୍ଷାନଗର, କଙ୍କଡ଼ାହାଡ଼, ତୁମୁସିଙ୍ଗା ଓ ରାସୋଳ ଥାନାରେ ମୋଟ ୬୪ଟି ମାମଲା ରହିଛି। 

Advertisment

ଅଭିଯୁକ୍ତମାନଙ୍କଠାରୁ ସ୍କୁଲ୍‌ରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ ଓ ତେଲରୁ ଆରମ୍ଭ କରି ଏଲଇଡି ଟିଭି, ଫ୍ୟାନ, ଇନଭର୍ଟର, ବ୍ୟାଟେରୀ, ମ୍ୟୁଜିକ ମେସିନ, କମ୍ପ୍ୟୁଟର, ଲାପଟପ ଓ ଅନ୍ୟାନ୍ୟ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କରାଯାଇଛି। କିଛି ଲୁଗା ସହିତ ପାଣି ପମ୍ପ ମଧ୍ୟ ଜବତ କରାଯାଇଛି। 

କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ପରଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର ଓ ତୁମୁସିଙ୍ଗା ଥାନା ଅଧିକାରୀମାନେ ଚଢ଼ାଉରେ ସାମିଲ ହୋଇ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲେ। ତେବେ ଏହି ଚେର କେଉଁ ଆଡ଼େ ଲମ୍ବିଛି, ତାହା ସ୍ପଷ୍ଟ ହୋଇନାହିଁ। ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଧରାଯିବ ଓ ସବୁ ଲିଙ୍କକୁ ନେଇ ଖୋଳତାଡ଼ କରାଯିବ ବୋଲି ଢେଙ୍କାନାଳ ଏସ୍‌ପି ଏସପି ସନ୍ଦୀପ ସମ୍ପଦ ମଡ଼କର ସୂଚନା ଦେଇଛନ୍ତି।

Loot Police Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe