Advertisment

ଆମେରିକାରେ ହେଟ୍‌ କ୍ରାଇମ୍‌; ୬ ବର୍ଷର ଶିଶୁକୁ ୨୬ ଥର ଛୁରା ମାଡ଼

ଘର ମାଲିକଙ୍କ ଅଚାନକ ଆକ୍ରମଣରେ ଶିଶୁଟିର ଜୀବନ ଚାଲି ଯାଇଥିବା ବେଳେ ତାଙ୍କ ମା’ଙ୍କ ଅବସ୍ଥା ଗୁରୁତର ରହିଛି।

Murder

Murder

Advertisment

ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇର ପ୍ରଭାବ ଦେଖିବାକୁ ମିଳିଛି ସୁଦୂର ଆମେରିକାରେ । ଏଥିଯୋଗୁ ଆମେରିକାରେ ହେଟ୍‌ କ୍ରାଇମ ଦେଖିବାକୁ ମିଳିଥିବା ବେଳେ ଏହାର ଶିକାର ହୋଇଛନ୍ତି ଏକ ୬ ବର୍ଷୀୟ ନିଷ୍ପାପ ଶିଶୁ ଓ ତାଙ୍କ ମା’ । ଘର ମାଲିକଙ୍କ ଅଚାନକ ଆକ୍ରମଣରେ ଶିଶୁଟିର ଜୀବନ ଚାଲି ଯାଇଥିବା ବେଳେ ତାଙ୍କ ମା’ଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଅଭିଯୁକ୍ତଜଣକ ଶିଶୁଟିକୁ ଛୁରୀରେ ୨୬ ଥର ଆକ୍ରମଣ କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଚିକାଗୋ ସହରଠୁ ୬୪ କିମି ଦୂରରେ ରହୁଛି। ଅଭିଯୁକ୍ତ ଜଣଙ୍କର ନାମ ଜୋସେଫ କଜୁବା ହୋଇଥିବା ବେଳେ ତାଙ୍କୁ ୭୧ ବର୍ଷ ହୋଇଥିବା ଜଣାଯାଇଛି।

ଜୋସେଫ କଜୁବାଙ୍କ ଘରେ ମୁସଲିମ୍‌ ମହିଳାଜଣକ ନିଜ ୬ ବର୍ଷୀୟ ପୁଅ ସହ ଭଡ଼ାରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ଦୂରରେ ରହୁଥିଲେ। ଘଟଣା ଦିନ ଜୋସେଫ କଜୁବା ମହିଳାଙ୍କ ଘର କବାଟ ବାଡ଼େଇଥିଲେ। ପିଲାଟି କବାଟ ଖୋଲିବାରୁ ସେ ପ୍ରଥମେ ତା’ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଅର ଚିତ୍କାର ଶୁଣି ମହିଳାଜଣକ ଦୌଡ଼ି ଆସି ପୁଅକୁ ମୁକୁଳାଇବାକୁ ଚେଷ୍ଟା କରିଥିଲେ।

Advertisment

ମାତ୍ର ରକ୍ତମୁଖା ହୋଇ ସାରିଥିବା ଜୋସେଫ କଜୁବା ତୁମେ ମୁସଲମାନ, ତୁମକୁ ମରିବାକୁ ପଡ଼ିବ ବୋଲି କହି ଉଭୟ ମା’ ପୁଅଙ୍କ ଉପରେ ବାରମ୍ବାର ଆକ୍ରମଣ କରି ଚାଲିଲେ। ସେ ଛୁରୀରେ ଶୁଶୁଟିକୁ ୨୬ ଥର ଆକ୍ରମଣ କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲ।

ଇତି ମଧ୍ୟରେ ମହିଳାଜଣକ ପୁଲିସ୍‌କୁ ଫୋନ୍‌ କରିବାରୁ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଉଭୟ ମା’ ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ପୁଲିସ୍‌ ଘଟଣାସ୍ଥଳରୁ ଅଭିଯୁକ୍ତ ଜୋସେଫଙ୍କୁ ଗିରଫ କରିଛି। ଏବେ ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଫଳରେ ସମ୍ପୃକ୍ତ ବୃଦ୍ଧଙ୍କ ମନରେ ମୁସଲମାନଙ୍କ ପ୍ରତି ଘୃଣା ଭାବ ସୃଷ୍ଟି ହୋଇଥିବାରୁ ସେ ଏପରି ଚରମ ପଦକ୍ଷେପ ଉଠାଇଥିବା ଜଣାଯାଇଛି। ତେବେ ପୀଡ଼ିତ ମହିଳାଜଣକ କେଉଁ ଦେଶର ତାହା ସ୍ପଷ୍ଟ ହୋଇ ପାରି ନାହିଁ।

Child Death Murder USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe