Advertisment

ଘରୁ ବାହାରିଲା ୫ ପରିବାର ସଦସ୍ୟଙ୍କ କଙ୍କାଳ, ୪ ବର୍ଷ ହେବ ଦେଖା ନ ଥିଲା

ପ୍ରାୟ ୪ ବର୍ଷ ପୂର୍ବେ ଏକ ପରିବାରର ୫ ସଦସ୍ୟଙ୍କୁ ଦେଖିଥିଲେ ପାଖପଡ଼ୋଶୀ। ଏହାପରେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନ ଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
5 skeletal remains found at house in Karnataka

5 skeletal remains found at house in Karnataka

ପ୍ରାୟ ୪ ବର୍ଷ ପୂର୍ବେ ଏକ ପରିବାରର ୫ ସଦସ୍ୟଙ୍କୁ ଦେଖିଥିଲେ ପାଖପଡ଼ୋଶୀ। ଏହାପରେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନ ଥିଲା। ଦୀର୍ଘ ୪ ବର୍ଷ ପରେ ଉକ୍ତ ଘରୁ ପରିବାରର ୫ ସଦସ୍ୟଙ୍କ କଙ୍କାଳ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଓ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକର ଚିତ୍ରାଡୁର୍ଗା ଅଞ୍ଚଳରେ ଘଟିଛି। ମୃତକଙ୍କ ମଧ୍ୟରେ ବୟସ୍କ ଦମ୍ପତି, ସେମାନଙ୍କ ପୁଅ, ଝିଅ ଓ ୫୭ ବର୍ଷୀୟ ନାତି ଥିବା ଜଣାଯାଇଛି। ଉକ୍ତ ବୟସ୍କ ଦମ୍ପତିଙ୍କ ବୟସ ୮୦ରୁ ୯୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

Advertisment

୨୦୧୯ ମସିହା ଜୁଲାଇରେ ପାଖପଡ଼ୋଶୀ ସେମାନଙ୍କୁ ଶେଷ ଥର ପାଇଁ ଦେଖିଥିଲେ। ଏହାପରେ ଉକ୍ତ ଘରୁ ଆଉ କେହି ବାହାରି ନ ଥିଲେ। ପ୍ରାୟ ୨ ମାସ ତଳେ କିଛି ସ୍ଥାନୀୟ ଲୋକଙ୍କ ନଜର ଉକ୍ତ ଘର ଉପରେ ପଡ଼ିଥିଲା। ଘରର କବାଟ, ଝରକା ଭାଙ୍ଗି ପଡ଼ିଥିବା ବେଳେ ଘରଟି ପରିତ୍ୟକ୍ତ ହୋଇ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ସନ୍ଦେହ ହେବାରୁ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଟିମ୍‌ ଏହି ଘଟଣାର ତଦନ୍ତ କରି କବାଟ ଭାଙ୍ଗି ଉକ୍ତ ଘରେ ପଶିଥିଲା। ଘର ଭିତରେ ଯାହା ଦେଖିଲା ପୁଲିସ୍‌ ଅଧିକାରୀ ନିଜ ଆଖିକୁ ବିଶ୍ୱାସ କରି ପାରିଲେନି। ଉକ୍ତ ଘର ଭିତରେ ଏକ ରୁମ୍‌ର ଖଟରେ ୨ ଜଣଙ୍କ କଙ୍କାଳ ପଡ଼ିଥିବାଳ ବେଳେ ଚଟାଣରେ ଆଉ ୨ ଜଣଙ୍କ କଙ୍କାଳ ପଡ଼ିଥିଲା। ଏହାବାଦ ଅଉ ଏକ ରୁମ୍‌ରେ ଆଉ ଜଣଙ୍କ କଙ୍କାଳ ଥିଲା।

Advertisment

ଘରର ଚାରିପଟେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ବେଳେ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଫରେନସିକ୍‌ ଟିମ୍‌ ପହଞ୍ଚି ସମସ୍ତ କଙ୍କାଳଙ୍କ ନମୁନା ସଂଗ୍ରହ କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ପାଖପଡ଼ୋଶୀ, ସମ୍ପର୍କୀୟଙ୍କୁ ପଚରାଉଚରା କରୁଛି।

ତେବେ ଦୀର୍ଘ ୪ ବର୍ଷ ଧରି ଘରେ ୫ଟି ମୃତଦେହ ପଡ଼ି କଙ୍କାଳରେ ପରିଣତ ହୋଇଥିବା ବେଳେ କେହି କିପରି ଜାଣି ପାରିଲେନି ତାହା ସସମ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହ ସେମାନଙ୍କ ମୃତ୍ୟୁ କିପରି ହେଲା, ସମସ୍ତଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା ନା ଏହା ଆତ୍ମହତ୍ୟାଜନିତ ମାମଲା ତାହା ସ୍ପଷ୍ଟ ହୋଇନି। ତେଣୁ ସମସ୍ତ ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସ୍‌ ଏବେ ଫରେନସିକ୍‌ ରିପୋର୍ଟକୁ ଅପେକ୍ଷା କରିଛି। 

Karnataka Human Skeleton Skeletons