/odisha-reporter/media/post_attachments/uploadimage/library/16_9/16_9_0/IMAGE_1702545145.jpg)
Section Officer
ଆଠ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର (SO) ଶୁଭକାନ୍ତ ସ୍ୱାଇଁ।
କଣ୍ଟ୍ରାକ୍ଟର ଲାଇସେନ୍ସ ପ୍ରଦାନ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କ ଭାଇ ଭିଜିଲାନ୍ସକୁ ଖବର ଦେଇଥିଲେ।
ପୂର୍ବ ଯୋଜନା ଅନୁଯାୟୀ, ଆଜି ଅଭିଯୋଗକାରୀ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁଙ୍କୁ ୮୦୦୦ ଟଙ୍କା ଦେଇଥିଲେ। ଶ୍ରୀ ସ୍ୱାଇଁ ଲାଞ୍ଚ ଅର୍ଥ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ।
ଯାଞ୍ଚ ବେଳେ ଅଫିସ୍ରେ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁଙ୍କ ଠାରୁ ଆଉ ୫୫୦୦ ଟଙ୍କା ମିଳିଥିଲା। ସେହିପରି ତାଙ୍କ ଅଫିସ ଡ୍ରୟରରୁ ୧୪୯୯୦ ଟଙ୍କା ବାହାରିଥିଲା। ଭିଜିଲାନ୍ସ ସେହି ସବୁ ଟଙ୍କା ମଧ୍ୟ ଜବତ କରିଛି।
ଏହା ପରେ ଶୁଭାକନ୍ତ ସ୍ୱାଇଁଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।
ଏହି ଘଟଣା ନେଇ ଭୁବନେଶ୍ୱର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
