Advertisment

ଭୁବନେଶ୍ୱରରେ ୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର

ଯାଞ୍ଚ ବେଳେ ଏସ୍‌ଓଙ୍କ ଠାରୁ ଆଉ ୨୦ ହଜାର ଟଙ୍କା ପାଇଥିଲା ଭିଜିଲାନ୍ସ।

Section Officer

Section Officer

Advertisment

ଆଠ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର (SO) ଶୁଭକାନ୍ତ ସ୍ୱାଇଁ। 

Advertisment

କଣ୍ଟ୍ରାକ୍ଟର ଲାଇସେନ୍ସ ପ୍ରଦାନ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କ ଭାଇ ଭିଜିଲାନ୍ସକୁ ଖବର ଦେଇଥିଲେ। 

ପୂର୍ବ ଯୋଜନା ଅନୁଯାୟୀ, ଆଜି ଅଭିଯୋଗକାରୀ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁଙ୍କୁ ୮୦୦୦ ଟଙ୍କା ଦେଇଥିଲେ। ଶ୍ରୀ ସ୍ୱାଇଁ ଲାଞ୍ଚ ଅର୍ଥ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। 

Advertisment

ଯାଞ୍ଚ ବେଳେ ଅଫିସ୍‌ରେ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁଙ୍କ ଠାରୁ ଆଉ ୫୫୦୦ ଟଙ୍କା ମିଳିଥିଲା। ସେହିପରି ତାଙ୍କ ଅଫିସ ଡ୍ରୟରରୁ ୧୪୯୯୦ ଟଙ୍କା ବାହାରିଥିଲା। ଭିଜିଲାନ୍ସ ସେହି ସବୁ ଟଙ୍କା ମଧ୍ୟ ଜବତ କରିଛି। 

ଏହା ପରେ ଶୁଭାକନ୍ତ ସ୍ୱାଇଁଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।  

ଏହି ଘଟଣା ନେଇ ଭୁବନେଶ୍ୱର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। 

Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe