Advertisment

ମୁକୁଳିଲେ ପ୍ରଫୁଲ ସାମନ୍ତରା, ହାତମୁହଁ ବାନ୍ଧି ହୋଟେଲରୁ ଉଠାଇ ନେଇଥିଲେ

ନିୟମଗିରି, ସିଜିମାଳି ଓ କୁଟୁମାଳିର ସୁରକ୍ଷା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି, ତାକୁ ସମର୍ଥନ କରିବାକୁ ତଥା ଗିରଫ ଆନ୍ଦୋଳନକାରୀଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିବାକୁ ରାୟଗଡ଼ା ଯାଇଥିବା ପ୍ରଫୁଲ୍ଲ ସାମନ୍ତରାଙ୍କୁ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଅପହରଣ କରାଯାଇଥିବା ଖବର ଆସିଥିଲା।

Prafulla Samantra

Prafulla Samantra

Advertisment

ମୁକ୍ତ ହୋଇଛନ୍ତି ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା। ତାଙ୍କୁ ରାୟଗଡ଼ାରୁ ଆଣି ବ୍ରହ୍ମପୁର ସ୍ଥିତ ଘରେ ଛାଡ଼ି ଦେଇଛନ୍ତି ୪/୫ ଜଣ ବ୍ୟକ୍ତି। ସେହି ବ୍ୟକ୍ତିମାନେ କିଏ, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସେମାନେ ପୁଲିସ ବୋଲି ସନ୍ଦେହ କରାଯାଉଛି।

Advertisment

ନିୟମଗିରି, ସିଜିମାଳି ଓ କୁଟୁମାଳିର ସୁରକ୍ଷା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି, ତାକୁ ସମର୍ଥନ କରିବାକୁ ତଥା ଗିରଫ ଆନ୍ଦୋଳନକାରୀଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିବାକୁ ରାୟଗଡ଼ା ଯାଇଥିବା ପ୍ରଫୁଲ୍ଲ ସାମନ୍ତରାଙ୍କୁ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଅପହରଣ କରାଯାଇଥିବା ଖବର ଆସିଥିଲା।

ଶ୍ରୀ ସାମନ୍ତରାଙ୍କ କହିବା ଅନୁସାରେ ସେ ହୋଟେଲରେ ଥିବା ସମୟରେ ପ୍ରଥମେ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ସେମାନେ ପ୍ରଥମେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ କରି ଦେଇଥିଲେ। ତା’ପରେ ଆଉ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ସେମାନେ ଆସିବା ମାତ୍ରେ ସମସ୍ତେ ମିଶି ତାଙ୍କୁ କାବୁ କରି ନେଇଥିଲେ। ଗାମୁଛାରେ ତାଙ୍କ ହାତ ବାନ୍ଧି ଦେଇଥିଲେ। ତାଙ୍କ ମୁହଁକୁ ମଧ୍ୟ କପଡ଼ାରେ ବାନ୍ଧି ଦେଇଥିଲେ। ତା’ପରେ ଚାରି ଜଣ ଯାକ ତାଙ୍କୁ ଟେକି ନେଇ ହୋଟେଲ ବାହାରେ ଥିବା କାରରେ ବସାଇଥିଲେ।

Advertisment

ହୋଟେଲ୍‌ରୁ ତାଙ୍କୁ ବୋହି ନିଆଯାଉଥିବା ବେଳେ ଶ୍ରୀସାମନ୍ତରା ପୁଲିସକୁ ଖବର ଦେବାକୁ ହୋଟେଲ କର୍ମଚାରୀଙ୍କୁ ପାଟି କରି କହିବାକୁ ଚେଷ୍ଟା କରିଥିଲେ। କାର ଭିତରେ ମଧ୍ୟ ତାଙ୍କ ମୁହଁକୁ ଖୋଲି ନଥିଲେ ଉକ୍ତ ବ୍ୟକ୍ତିମାନେ। ଏନେଇ ସେ ଅନୁରୋଧ କରିବାରୁ ଅପହର୍ତ୍ତାମାନେ କହିଥିଲେ ଯେ ସେମାନଙ୍କୁ ଯାହା ନିର୍ଦ୍ଦେଶ ଦିଆଯାଇଛି, ସେହି ଅନୁସାରେ ସେମାନେ କରୁଛନ୍ତି।

ଉକ୍ତ ବ୍ୟକ୍ତିମାନେ ତାଙ୍କୁ ରାୟଗଡ଼ାରୁ ବ୍ରହ୍ମପୁର ଆଣିଥିଲେ ଓ ତାଙ୍କ ଘରେ ଛାଡ଼ି ଦେଇଥିଲେ। ରାତି ପ୍ରାୟ ୯ଟା ୪୦ରେ ପ୍ରଫୁଲ୍ଲା ସାମନ୍ତରା ତାଙ୍କ ବ୍ରହ୍ମପୁର ସ୍ଥିତ ଘରେ ପହଞ୍ଚିଥିଲେ। ଉକ୍ତ ବ୍ୟକ୍ତିମାନେ ତାଙ୍କୁ ଛାଡ଼ି ସଙ୍ଗେ ସଙ୍ଗେ ସେଠାରୁ ପଳାଇଥିଲେ। ଗଲା ବେଳେ ପୁଣି ଥରେ କହିଥିଲେ ଯେ ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ସେମାନେ ଏସବୁ କରିଥିଲେ। ତେବେ ସେମାନଙ୍କ ପରିଚୟ ଦେଇ ନଥିଲେ।

ଶ୍ରୀ ସାମନ୍ତରା କହିଛନ୍ତି ଯେ ଘରକୁ ଆସିବା ପରେ ତାଙ୍କ ସହଯୋଗୀମାନଙ୍କ ଠାରୁ ସୂଚନା ପାଇଥିଲେ ଯେ ଉକ୍ତ ଅପହର୍ତ୍ତାମାନେ ପୁଲିସ ବୋଲି ପରିଚୟ ଦେଇ ହୋଟେଲ ଭିତରେ ପଶିଥିଲେ। ତାଙ୍କ (ପ୍ରଫୁଲ୍ଲ ସାମନ୍ତରାଙ୍କ) ସହଯୋଗୀମାନେ ହୋଟେଲରେ ଯାଇ ପଚରାଉଚରା କରିବା ପରେ ଏହା ଜଣାପଡ଼ିଛି। ତେଣୁ ତାଙ୍କର ବି ସନ୍ଦେହ ହୋଇଛି ଯେ ତାଙ୍କୁ ଅପହରଣ କରିଥିବା ବ୍ୟକ୍ତିମାନେ ପୁଲିସ୍‌ କର୍ମଚାରୀ।

ପୂର୍ବରୁ ଇନ୍‌ସାଫ ଆବାହକ ନରେନ୍ଦ୍ର ମହାନ୍ତି କହିଥିଲେ, ନିୟମଗିରି ସୁରକ୍ଷା ସମିତି ବିରୋଧରେ ଗତ କିଛି ଦିନ ହେଲା ବିଭିନ୍ନ ପ୍ରକାର ମିଛ କଥା ପ୍ରଚାର କରାଯାଉଛି। କାଶୀପୁରରେ ଯେଉଁ ଲୋକମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କ ଭିତରୁ ପାଖାପାଖି ୨୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ପ୍ରଫୁଲ୍ଲ ସାମନ୍ତରାୟ ସେଠାକାର ଆଇନଜୀବୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ସେହିପରି ସେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର ଥିଲା। ଜମି, ଜଙ୍ଗଲ ଓ ଜଳ ପାଇଁ ଚାଲିଥିବା ଜନ ଆନ୍ଦୋଳନକୁ ସେ ସମର୍ଥନ କରୁଥିବା ବେଳେ ତାଙ୍କ ସ୍ୱରକୁ ଚାପି ଦେବାକୁ ଓ ଆନ୍ଦୋଳନକୁ ଦମନ କରିବାକୁ ଏହା ରାଜ୍ୟ ସରକାରଙ୍କ ଏକ ରଣକୌଶଳ।

ଶ୍ରୀ ମହାନ୍ତି ଆହୁରି କହିଥିଲେ, ନିୟମଗିରି, ସିଜିମାଳି ଓ କୁଟୁମାଳିର ସୁରକ୍ଷା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି, ତାକୁ ଚାପି ଦେବା ପାଇଁ ରାତି ଅଧିଆ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇ ବେଆଇନ ଭାବେ ଦୁଇ ତିନି ଦିନି ନିଜ ପାଖରେ ରଖିବା ପରେ କୋର୍ଟରେ ହାଜର କରୁଛି। ସେମାନଙ୍କୁ ଗିରଫ କରାଯାଉଥିବା ନେଇ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଉନାହିଁ। ଏହି ବିଷୟରେ କହିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ପ୍ରଫୁଲ୍ଲା ସାମନ୍ତରା ଏସବୁ କଥା କହିଥା’ନ୍ତେ। ତେବେ ତା’ ପୂର୍ବରୁ ତାଙ୍କୁ ଉଠାଇ ନିଆଯାଇଥିଲା। ସାମ୍ବାଦିକ ସମ୍ମିଳନୀକୁ ଭଣ୍ଡୁର କରିବାକୁ ତଥା ସରକାରଙ୍କ ବିରୋଧରେ ଉଠିଥିବା ସ୍ୱରକୁ ଚାପି ଦେବାକୁ ରାଜ୍ୟ ସରକାର ଚକ୍ରାନ୍ତ କରି ତାଙ୍କୁ ଉଠାଇ ନେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

Odisha Police Police Prafulla Samantara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe