Advertisment

ଠକାମିର ଶିକାର ସଫ୍ଟୱେୟାର୍ ଇଞ୍ଜିନିଅର୍, ମାଟ୍ରିମୋନିରେ ଭେଟିଥିବା ଯୁବତୀ ଲୁଟି ନେଲେ ୧ କୋଟି ଟଙ୍କା

ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର ହରାଇଛନ୍ତି ଏକ କୋଟି ଟଙ୍କା। ମାଟ୍ରିମୋନିଆଲ୍ ସାଇଟ୍ ମାଧ୍ୟମରେ ଭେଟିଥିବା ଜଣେ ଯୁବତୀ ତାଙ୍କର ଏକ କୋଟି ଟଙ୍କା ଲୁଟି ନେଇଛନ୍ତି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ବଢ଼ିବାରେ ଲାଗିଛି ଠକେଇ। କିଏ ସାହାଯ୍ୟର ହାତ ବଢ଼ାଇ ଲୁଟି ନେଉଛି ତ ଆଉ କିଏ ଲୋଭ ଦେଖାଇ କରୁଛି ହଡ଼ପ୍। ପ୍ରତ୍ୟେକ ସମୟରେ, ଆମେ ଲୋକଙ୍କର କଷ୍ଟ ଉପାର୍ଜିତ ଧନ ଚାଲି ଯାଉଥିବା ଖବର ଶୁଣିବାକୁ ପାଉଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଅପରିଚିତ ଲୋକଙ୍କୁ ସହଜରେ ବିଶ୍ୱାସ ନକରିବା ଏବଂ ବଡ଼ ବଡ଼ ଅଫର୍ ଦେଉଥିବା ସଂସ୍ଥାର ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି। ତଥାପି ଲୋଭ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଠକାମିର ଶିକାର ହେଉଛନ୍ତି ଲୋକେ।

Advertisment

ଏସବୁ ମଧ୍ୟରେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର ହରାଇଛନ୍ତି ଏକ କୋଟି ଟଙ୍କା। ମାଟ୍ରିମୋନିଆଲ୍ ସାଇଟ୍ ମାଧ୍ୟମରେ ଭେଟିଥିବା ଜଣେ ଯୁବତୀ ତାଙ୍କର ଏକ କୋଟି ଟଙ୍କା ଲୁଟି ନେଇଛନ୍ତି।  

ସୂଚନା ଅନୁସାରେ, ଗାନ୍ଧୀନଗରର କୁଳଦୀପ ପଟେଲ ମାଟ୍ରିମୋନିଆଲ୍ ସାଇଟରେ ଅଦିତି ନାମକ ଜଣେ ଯୁବତୀଙ୍କୁ ଭେଟିଥିଲେ। ଉଭୟ ବିବାହ କରିବା ପାଇଁ ମଧ୍ୟ ଯୋଜନା କରିଥିଲେ। ଅଦିତି ତାଙ୍କୁ କହିଥିଲେ ଯେ, ତାଙ୍କର ବ୍ରିଟେନରେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟ ରହିଛି ଏବଂ ଭଲ ଫଳାଫଳ ପାଇବା ପାଇଁ ତାଙ୍କୁ 'ବାନୋକୋଏନ୍'ରେ କିଛି ଅର୍ଥ ବିନିଯୋଗ କରିବାର ଅଛି। ଆଦିତିଙ୍କ କଥାରେ ବିଶ୍ୱାସ କରି କୁଳଦୀପ ରାଜି ହୋଇଥିଲେ ଏବଂ 'ବାନୋକୋଏନର କଷ୍ଟମର୍ କେୟାର୍' ସହ କଥା ହୋଇଥିଲେ। 

Advertisment

ଏହାପରେ ସେ ୱେବସାଇଟରେ ନିଜ ନାମ ପଞ୍ଜୀକୃତ କରି ଭଲ ରିଟର୍ଣ୍ଣ ପାଇବା ଆଶାରେ ଟଙ୍କା ବିନିଯୋଗ କରିବା ଆରମ୍ଭ କରିଥିଲେ। କୁଳଦୀପ ପ୍ରଥମ ୧ ଲକ୍ଷ ଟଙ୍କା ବିନିଯୋଗ କରିବା ପରେ କ୍ରିପ୍ଟୋ ଆକାଉଣ୍ଟରେ ୭୮ ଆମେରିକୀୟ ଡଲାର୍ ଲାଭ ପାଇଥିଲେ। ପରେ ସେ ଅଧିକ ପରିମାଣର ଟଙ୍କା ବିନିଯୋଗ କଲେ ଏବଂ ମୋଟାମୋଟି ଭାବେ ପଟେଲ ୧୮ ଥର ଟ୍ରାଞ୍ଜାକ୍ସନ କରି ୧.୩୪ କୋଟି ଟଙ୍କା ବିନିଯୋଗ କରିଥିଲେ। ଜୁଲାଇ ୨୦ରୁ ଅଗଷ୍ଟ ୩୧ ମଧ୍ୟରେ ଏ ସମସ୍ତ କାରବାର କରିଥିଲେ କୁଳଦୀପ।

କିନ୍ତୁ ସେପ୍ଟେମ୍ବର ୩ରେ ଯେତେବେଳେ ସେ ଆକାଉଣ୍ଟରୁ ୨.୫୯ ଲକ୍ଷ ଟଙ୍କା ଉଠାଣ ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବା ଦେଖାଇଥିଲା। କଷ୍ଟମର କେୟାର୍ ସହ କଥା ହେବାରୁ ସେମାନେ ଡି-ଫ୍ରିଜ୍ କରିବା ପାଇଁ ଆହୁରି ୩୫ ଲକ୍ଷ ବିନିଯୋଗ କରିବାକୁ କହିଥିଲେ। ଏନେଇ ସେ ଅଦିତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଅଦିତି ତାଙ୍କୁ ଧରାଛୁଆଁ ଦେଇନଥିଲେ। ପରେ ଅଦିତି ତାଙ୍କୁ ଠକିଥିବା ଜାଣିବାକୁ ପାଇଥିଲେ କୁଳଦୀପ। ଏନେଇ ସେ ସାଇବର କ୍ରାଇମ ପୁଲିସରେ ଅଭିଯୋଗ କରିଛନ୍ତି। 

Fraud Cyber Crime Cyber Loot Matrimonial Site
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe