Advertisment

ସର୍ଚ୍ଚ ଅପରେସନ୍‌ ବେଳେ ନକ୍ସଲଙ୍କ ଗ୍ରେନେଡ୍‌ ମାଡ଼

ଗୋଚ୍ଛାପଡ଼ା ଥାନା ମାତାକୂପା ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ରହିଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ SOG, CRPF ଓ BSF ଯବାନମାନେ କୁମ୍ବିଂ ଅପେରସନରେ ଯାଇଥିଲେ।

author-image
Manoranjan Sial
Naxal

Naxal

ସର୍ଚ୍ଚ ଅପରେସନ୍‌ ବେଳେ ନକ୍ସଲଙ୍କ ଗ୍ରେନେଡ୍‌ ମାଡ଼। ଏଥିରେ କୌଣସି ଯବାନ ଆହତ ହୋଇନଥିଲେ ମଧ୍ୟ ଦିଆଯାଇଥିଲା ପାଲଟା ଜବାବ। ଦୀର୍ଘ ସମୟର ଘମାଘୋଟ୍‌ ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲେ। ଏପରି ଖବର କନ୍ଧମାଳ ଜିଲ୍ଲାରୁ ଆସିଥିଲା।

Advertisment

ଗୋଚ୍ଛାପଡ଼ା ଥାନା ମାତାକୂପା ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ରହିଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ SOG, CRPF ଓ BSF ଯବାନମାନେ କୁମ୍ବିଂ ଅପେରସନରେ ଯାଇଥିଲେ। ଆଜି ଯବାନମାନେ ଉପର ଡାଙ୍ଗଣାମୁ ଓ ତଳ ଡାଙ୍ଗଣାମୁ ଗାଁ ନିକଟରେ ସର୍ଚ୍ଚ ଅପରେସନ୍‌ କରୁଥିଲେ। ଠିକ୍‌ ସେହି ସମୟରେ ନକ୍ସଲମାନେ ଗୁଳି ଓ ଗ୍ରେନେଡ୍‌ ମାଡ କରିଥିଲେ। ତାହାର ପ୍ରତି ଜବାବ ଦେଇଥିଲେ ଯବାନ। ଉଭୟ ମଧ୍ୟରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା।

ଶେଷରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲେ। ସର୍ଚ୍ଚ ଅପେରସନ ବେଳେ ଜଙ୍ଗଲରୁ ୧୨ଟି ଜୀବନ୍ତ IED, ଗୋଟିଏ ଦେଶୀ ବନ୍ଧୁକ, ଜିଲୋଟିନ୍‌, ବିଦ୍ୟୁତ ତାର ସହିତ ଅନେକ ନକ୍ସଲ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଜିଲ୍ଲା DIB ଡିଏସ୍‌ପି।

Advertisment

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Naxal Attack Kandhamal